Home ଜିଲ୍ଲା ପରିକ୍ରମା ଛତିଶଗଡ ଓଡିଶା ସୀମାରେ ଗୁଳିବିନିମୟ, ୮ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓ କମାଣ୍ଡର ନିହତ

ଛତିଶଗଡ ଓଡିଶା ସୀମାରେ ଗୁଳିବିନିମୟ, ୮ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓ କମାଣ୍ଡର ନିହତ

127

ମାଲକାନଗିରି,୨୨ା୧୧ (ଓଡିଆ ପୁଅ )ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲାର ମହୁପଦର ପଚାଂୟତ ସ୍ଥ ତୁଳସିପାହଡ ର ଦଣ୍ଡିପଦର ଜଙ୍ଗଲରେ ପୁଲିସ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ୮ଲକ୍ଷ ପୁରସ୍କାର ଘୋଷିତ ମହିଳା ମାଓକମାଣ୍ଡର ନିହତ ହୋଇଛନ୍ତି । ଛତିଶଗଡ ସୀମାକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ଦଣ୍ଡିପଦର ପାହଡରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ଛତିଶଗଡ ରାଜ୍ୟ ବିଜାପୁର, ସୁକୁମା ଜିଲ୍ଲାପୁଲିସ ଓ ଡିଆରଜି ଯବାନ ମାନେ ସେହି ଜଙ୍ଗଲରେ ଗତ କାଲି ସଂନ୍ଧ୍ୟାରେ ସର୍ଚଅପରେସନ ଆରମ୍ଭ କରିଦେଇଥିଲେ ।ପୁଲିସଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳିଚଳାଇଥିଲେ , ତାର ପାଲଟା ଜବାବରେ ପୁଲିସ ଓ ଯବାନମାନ ମଧ୍ୟ ଗୁଳିଚାଳନାକରିଥିଲେ । ଯବାନମାନଙ୍କ ଗୁଳିମାଡ ସହି ନପାରି ମାଓବାଦୀ ମାନେ ଘଚଂଜଙ୍ଗଲରେ ଛତ୍ର ଭଙ୍ଗଦେଇ ପଳାଇଯା ଥିଲେ ।ସେହି ଜଙ୍ଗଲରେ ଯବାନ ମାନେ ସର୍ଚଅପରେସନ ବେଳେ ଜଣେ ମହିଳା ମାଓବାଦୀର ମୃତଶରୀର ଠାବକରିଥିଲେ ।ପରେ ସେହି ମହିଳା ମାଓବାଦୀର ପରିଚୟ ମିଳିଛି, ସେ ବିଜାପୁର ମାଓଡିଭିଜନର କାମାଣ୍ଡର ଜ୍ୟୋତି ବୋଲି ଜଣାପଡିଛି, ତା ମୁଣ୍ଡ ଉପରେ ୮ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣାକରା ଯାଇଥିଲା । ଜ୍ୟୋତି ଛିତଶଗଡ ରାଜ୍ୟ ବିଜାପୁର,ସୁକୁମା,ଦନ୍ତେଓ୍ୟାର୍ଡା ,ବସ୍ତର ଜିଲ୍ଲାରେ ହିଂସାକାଣ୍ଡ ଘଟାଇ ଓଡିଶାର ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମହୁପଦର ପଚାଂୟତ ତୁଳସିପାହଡ ଦଣ୍ଡିପଦର ପାହଡରେ ଆତ୍ମଗୋପନ କରୁଥିବାର ଜଣାପଡିଛି ।ଏହି ଗୁଳି ବନିମୟରେ ଅଧିକ ମାଓବାଦୀ ମୃତାଆହତ ହୋଇଥିବାର ସନେ୍ଦହ କରି ପୁଲିସ ପକ୍ଷରୁ ଦଣ୍ଡିପଦର ପାହଡରେ ଆଜି ମଧ୍ୟ ସର୍ଚ ଅପରେସନ ଯୋରଦାର ଚଳାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.