କୋରାପୁଟ ;ତା୨୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନବରଙ୍ଗପୁର ଜିଲାର ଆମ୍ବ ଟାକୁଆ ଖାଇ ଗୁରୁଚର ଥିବା ପ୍ରମିଳା ସାଉନ୍ତାଙ୍କର କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ମୃତ୍ୟୁ ହୋଇଛି। ପ୍ରମିଳାଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ନବରଂଗପୁର ଜିଲା ଝରିଗାରେ କିଛି ଲୋକ ରବିବାର ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନବରଂଗପୁର ଜିଲା ମୁଖୟ ହସ୍ପିଟାଲରେ ଭର୍ତି କରା ଯାଇଥିବାବେଲେ ସଠୋରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରମିଳା ସାଉଁନ୍ତା ଓ ପ୍ରକାଶ ସାଉନତାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମିଳା ପ୍ରାଣ ହରାଇଥିଲେ।