Home Top News ଚାଷୀଙ୍କ ଖାତାକୁ ଗଲା PM-KISAN ଟଙ୍କା – ଦେଖି ନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ

ଚାଷୀଙ୍କ ଖାତାକୁ ଗଲା PM-KISAN ଟଙ୍କା – ଦେଖି ନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ

227

ନୂଆ ଦିଲ୍ଲୀ ମଇ ୧୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିସାନ ସାମନ ନିଧି (PM-KISAN) ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୨୦, ୬୬୭ କୋଟି ଟଙ୍କା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ।

ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି। ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି।

ସରକାର କ୍ରମାଗତ ଭାବରେ ନୂତନ ସମାଧାନ, ଚାଷ କ୍ଷେତ୍ରରେ ନୂତନ ବିକଳ୍ପ ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏହିପରି ପ୍ରୟାସ କରାଯାଉଛି। ଏହି ପ୍ରକାର ଫସଲରେ ଏହାର ମୂଲ୍ୟ ମଧ୍ୟ କମ୍, ଏହା ମାଟି ଏବଂ ମାନବ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏବଂ ସେମାନେ ଅଧିକ ମୂଲ୍ୟ ମଧ୍ୟ ପାଇଥାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସୁଚନାଯୋଗ୍ୟ, PM-KISAN ଅଧୀନରେ ପ୍ରତ୍ୟେକ ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ଏ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ‘pmkisan.gov.in’ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ୱେବସାଇଟର ଡାହାଣ ପାଖରେ ‘ଫାର୍ମର କର୍ଣ୍ଣର’ ଉପରେ କ୍ଲିକ କରନ୍ତୁ। ଏହାପରେ ‘ଫାର୍ମର କର୍ଣ୍ଣର’ ଉପରେ ଥିବା ‘ବେନିଫିସିଆରି ଷ୍ଟାଟସ’ ଉପରେ କ୍ଲିକ କରନ୍ତୁ। ଏହାପରେ ନୂଆ ପେଜରେ ଆପଣଙ୍କର ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ। ତା’ପରେ ‘ଗେଟ୍ ଡାଟା’ ଉପରେ କ୍ଲିକ୍ କରିବା ପରେ ଆପଣ ନିଜର ସମସ୍ତ ସୂଚନା ପାଇପାରିବେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତିଯେ,
“ଆଜି ଅକ୍ଷୟ ତୃତୀୟାର ପବିତ୍ର ପର୍ବ, ଏହା ହେଉଛି କୃଷିର ନୂତନ ଚକ୍ର ଆରମ୍ଭର ସମୟ ଏବଂ ଆଜି ପ୍ରାୟ ୧୯ ହଜାର କୋଟି ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିରୁ ପ୍ରାୟ ୧୦ କୋଟି ଚାଷୀ ଉପକୃତ ହେବେ। ରାଜ୍ୟରୁ କୃଷକଙ୍କ ନାମ କେନ୍ଦ୍ର ସରକାର ଗ୍ରହଣ କରୁଥିବାରୁ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହି ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୧୧ କୋଟି ଚାଷୀଙ୍କ ନିକଟରେ ପ୍ରାୟ ୧ କୋଟି ୩୫ ହଜାର କୋଟି ଟଙ୍କା ପହଞ୍ଚିଛି। ସେଥିମଧ୍ୟରୁ କେବଳ କରୋନା ଅବଧିରେ ୬୦ ହଜାର କୋଟିରୁ ଅଧିକ ଟଙ୍କା ପହଞ୍ଚିଛି।

ଏହି କରୋନା ଅବଧିରେ ମଧ୍ୟ ଦେଶର କୃଷକମାନେ ଆମର କୃଷି କ୍ଷେତ୍ରରେ ନିଜର ଦାୟୀତ୍ତ୍ୱ ସଂପାଦନ କରିଛନ୍ତି ଏବଂ ଏକ ରେକର୍ଡ ଶସ୍ୟ ଉତ୍ପାଦନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୮, ୦୦୦ କୋଟି ଟଙ୍କା ଗହମ କ୍ରୟ ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏମଏସପିରେ ପ୍ରାୟ ୧୦% ଅଧିକ ଗହମ କ୍ରୟ କରାଯାଇଛି।
ଆଜି ପ୍ରଥମ କିସ୍ତି ବଙ୍ଗଳାର ଲକ୍ଷ ଲକ୍ଷ ଚାଷୀଙ୍କ ନିକଟରେ ପହଞ୍ଚିଛି। “ମୁଁ ସନ୍ତୁଷ୍ଟ ଯେ ପଞ୍ଜାବ ଏବଂ ହରିୟାଣାର ଲକ୍ଷ ଲକ୍ଷ କୃଷକ ଏହି ପ୍ରତ୍ୟକ୍ଷ ସ୍ଥାନାନ୍ତରର ଏହି ସୁବିଧା ସହିତ ସଂଯୁକ୍ତ।ଏପର୍ଯ୍ୟନ୍ତ ପଞ୍ଜାବର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୮, ୦୦୦ କୋଟି ଟଙ୍କା ଏବଂ ହରିୟାଣାର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯, ୦୦୦ କୋଟି ଟଙ୍କା ସିଧାସଳଖ ଜମା କରାଯାଇଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.