Home ଅପରାଧ ୬୨ ଜୁଆଡି ଗିରଫ

୬୨ ଜୁଆଡି ଗିରଫ

207

ମୟୂରଭଞ୍ଜ ୧୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜୁଆଖେଳରେ ଲିପ୍ତ ଥିବା ମୋଟ ୬୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଅଛି। ଏହି ଚଢ଼ାଉ ବିଭିନ୍ନ ଥାନାର ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କରାଯାଇଥିଲା। ତେବେ ଏହି ଚଢ଼ାଉ ସମୟରେ ୬୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ପାଖାପାଖି ୪୪ ହଜାର ଟଙ୍କା ଓ ୨୮ ଟି ସୋବାଇଲ ଫୋନ ଜବତ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ବାରିପଦା ସଦର ଥାନାରେ ୦୫ ଟି ମାମଲା ,ବେତନଟୀ ଓ ଉଦଳା ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜ୍ଜୁ ହୋଇଥିବା ବେଳେ ରାଇରଙ୍ଗପୁର ଉପଖଣ୍ଡ ଅଧୀନରେ ନଅ ଟି ମାମଲା ରୁଜ୍ଜୁ ହୋଇଥିବାର ସୂଚନା ପୋଲିସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.