Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର ମହକୁମା...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର ମହକୁମା ଡାକ୍ତରଖାନାରେ ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

126

କୋରାପୁଟ ୧୪-୧୦(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ କୋରାପୁଟ ସଦର ମହକୁମା ଡାକ୍ତରଖାନା ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭିଡିଓ କନର୍ଫେନ୍ସ ମାଧ୍ୟମରେ ପ୍ୟାକେଜ ଘୋଷଣା କରିଥିଲେ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।୫ଟି ସଚିବ ଗତ ୯ ତାରିଖରେ କୋରାପୁଟ କଲେଜ ହସପିଟାଲ ଓ ଜୟପୁର ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଯିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅନେକ ପ୍ୟାକେଜ ଘୋଷଣା କରିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ରୋଗୀମାନଙ୍କୁ ଗୋଟିଏ ଛାତତଳେ ସ୍ୱାସ୍ଥ୍ୟସେବା ଦେବା ନିମନ୍ତେ କୋରାପୁଟ କଲେଜ ହସପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ ଓାର୍ଡ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।ଅସ୍ଥିଶଲ୍ୟ ବିଭାଗରେ ରୋଗୀମାନେ ରୋପଣ କ୍ରୟ ନିମନ୍ତେ ଅନେକ ଅସୁବିଦାର ସମ୍ମୁଖିନ ହୋଇଥିବା ନଜରରେ ରଖି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୫ ଲକ୍ଷ ଟଙ୍କା ରୋଗୀ କଲ୍ୟାଣ ସମିତିକୁ ଅନୁମୋଦନ କରିଥିବା ସେ ପ୍ରକାଶ କରିଥିଲେ । କୋରାପୁଟ କଲେଜ ହସପିଟାଲ ନିମନ୍ତେ ୫ ଟି ନୂତନ ଆମ୍ବୁଲାନ୍ସ ଓ ୩ ଟି ମହାପ୍ରୟାଣ ଗାଡି ମଂଞୁର କରିଥିବା ସେ ସୂଚନା ଦେଇଥିଲେ ।ଜୟପୁର ସଦର ମହକୁମା ଡାକ୍ତରଖାନା ନିମନ୍ତେ  ନୂତନ ୨୫୦ ଓାର୍ଡ ନିର୍ମାଣ ,ଲାପ୍ରୋସ୍କୋପିକ ମେସିନ କ୍ରୟ , ଷ୍ଟାଫ ନିମନ୍ତେ ଗୃହ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରାଯାଇଥିବା ସେ ସୂଚନା ଦେଇଥିଲେ ।ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଯୁବକମାନଙ୍କୁ ରକ୍ତଦାନ କରିବା ନିମନ୍ତେ ପ୍ରୋତ୍ସାହାନ ନିମନ୍ତେ ୧୦ ଲକ୍ଷ ଟଙ୍କା କୋରାପୁଟ ଏସପିଙ୍କୁ ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ବୋଲି ସେ ସୂଚନା ଦେଇଥିଲେ ।କୋରାପୁଟ କଲେଜ ହସପିଟାଲ  ଓ ଜୟପୁର ସଦର ମହକୁମା ଡାକ୍ତରଖାନାର ତଦାରଖ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ସେ ପ୍ରକାଶ କରିଥିଲେ ।ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ଏସପି ,ସିଡିଏମଓ , ବିଡିଓ , ତହସିଲଦାର , ଆଇଆଇସି  ଓ ମେଡିକାଲର ଅଧିକାରୀମାନେ ରହିଥିବା ସେ ପ୍ରକାଶ କରିଥିଲେ ।ଏହି କମିଟିର ସପ୍ତାହରେ ବୈଠକ କରାଯାଇ ସଭ୍ୟମାନେ ଅଣିଥିବା ଅନୁସନ୍ଧାନ ରିପୋର୍ଟ ଉପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଲାଲମୁକ୍ତ ମେଡିକାଲ ରହିବ ବୋଲି ସେ ସୂଚନା ଦେଇଥିଲେ ।ରୋଗୀମାନେ ଯେପରି ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବେ ସେଥି ନିମନ୍ତେ ମୋ ସରକାର କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ , କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ,ମେଡିକାଲ କଲେଜର ଜୀବ ବିଜ୍ଞାନ ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର ସାହୁ ,ପ୍ରଶାସିକା ମଧୁମିତା ନାୟକ , ମ୍ୟାନେଜର ଶୁଭେନ୍ଦୁ ପଣ୍ଡା , ଜୟପୁର ସଦର ମହକୁମା ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପ୍ରମୋଦ ସାମନ୍ତରାୟ , ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିଆମ୍ମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.