Home କୋରାପୁଟ   ଆରସିଇପି ବୁଝାମଣାରେ ସ୍ୱାକ୍ଷର ନ କରିବାକୁ ସ୍ମାରକପତ୍ର

  ଆରସିଇପି ବୁଝାମଣାରେ ସ୍ୱାକ୍ଷର ନ କରିବାକୁ ସ୍ମାରକପତ୍ର

91

କୋରାପୁଟ ୧୪-୧୦(ଓଡିଆ ପୁଅ /ରଂଜନ କୁମାର ଦାସ)ଭାରତ ସରକାରଙ୍କ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ବୁଝାମଣା(ଆରସିଇପି)ରେ ସ୍ୱାକ୍ଷର ନ କରିବା ପାଇଁ ସ୍ୱଦେଶୀ ଜାଗରଣ ମଂଚ ଦାବି କରିଛି ।କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।ଭାରତ ସରକାର ଅନ୍ୟ ୧୫ ଦେଶ ସହ ମିଶି ଆରସିଇପି ନାମକ ଏକ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ଅଗ୍ରସର ହେଉଛନ୍ତି ଯେଉଁଥିରେ ଆମଦାନି ହେଉଥିବା ୮୦ ରୁ ୯୦ ପ୍ରତିଶତ ବସ୍ତୁ ଉପରୁ ଆମଦାନି ଶୁକ୍ଲ ଶୂନ କରିବା ପାଇଁ ବ୍ୟବସ୍ଥା ରକାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଯଦି ଏ ପ୍ରକାର ବୁଝାମଣା ପତ୍ର ସ୍ୱାକ୍ଷାରିତ ହୁଏ ତେବେ ଭାରତର ଶିଳ୍ପ , କୃଷି , ଓ ଗୋପାଳନ ଉପରେ ନକରାତ୍ମକପ୍ରଭାବ ପଡିବା ସହ ନୂତନଉଦ୍ୟୋଗ , ଜ୍ଞାନକୋଶଳ ଓ ଉତାବନ କ୍ଷମତାର ସମ୍ଭାବନା ମଧ୍ୟ ଶେଷ ହୋଇଯିବ  ଓ ମେକ ଇଣ୍ଡି।।ର  ସ୍ୱପ୍ନ ସାକାର ହେବ ନି ବୋଲି ଦର୍ଶାଯାଇଛି ।କୋରାପୁଟ ସ୍ୱଦେଶୀ ଜାଗରଣ ମଂଚ ଏହାକୁ ବିରୋଧ କରିବା ସହ ସ୍ୱାକ୍ଷର ନ କରିବାକୁ ଦାବି କରିଛନ୍ତି ଯଦି ସ୍ୱାକ୍ଷର ହୁଏ ତେବେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ସହକାରୀ ଜିଲ୍ଲାପାଳ ଜଗତଜୀବନ ଚୈାଧୁରୀ ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ମଂଚର ଜିଲ୍ଲା ସଂଯୋଜକ ମନୋରଂଜନ ରାଉତରାୟ , ଡ. ରବି ନାରାୟଣ ମିଶ୍ର ,ସୈାମେନ୍ଦ୍ର ସ୍ୱାଇଁ , ମନ୍ନଥ ପାଢୀ ,ଶେଷାଦ୍ରୀ ପାଣିଗ୍ରାହୀ  , ଜାମି ସନ୍ତୋଷ ,ମୁରଲୀଧର ଅଧିକାରୀ , କେଶବ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.