Home ଓଡ଼ିଶା ଯୋଡା : ଗୋଷ୍ଠୀ ଶୌଚାଳୟର ଦାୟିତ୍ୱ ନେଲେ ସ୍ୱୟଂ ସହାୟକ ଗୋଷ୍ଠୀ

ଯୋଡା : ଗୋଷ୍ଠୀ ଶୌଚାଳୟର ଦାୟିତ୍ୱ ନେଲେ ସ୍ୱୟଂ ସହାୟକ ଗୋଷ୍ଠୀ

81

ଯୋଡା, ୦୩ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅଧିନରେ ଯୋଡା ପୌରାଞ୍ଚଳର ୧୪ଟି ୱାର୍ଡରେ ୪୧ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇ ଜନସାଧାରଣଙ୍କ ସୁବିଧା ଯୋଗାଇଦିଆଯାଇଥିଲା । ତେବେ ରକ୍ଷଣା ବେକ୍ଷଣ ତଥା ତଦାରଖ ଅଭାବରୁ ଏହି ଗୋଷ୍ଠୀ ଶୌଚାଳୟ ଗୁଡିକ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲା । ଫଳରେ ଏହା ଜନସାଧାରଣଙ୍କ ସେବାରେ ଲାଗିପାରୁନଥିଲା । କେଉଁଠି ଜଳ ସଂଯୋଗ ନଥିଲା ତ ଅନ୍ୟ କେଉଁଠି ଜଳ ସଂଯୋଗ ଥାଇ ନଳରେ ପାଣିଆସୁନଥିଲା । ଅନ୍ୟ କେତେକ ସ୍ଥାନରେ ଏହା ବ୍ୟବହାର ଉପଯୋଗୀ ନଥିବାରୁ କେହି ସେଠାରୁ ଯିବାକୁ ପସନ୍ଦ କରୁନଥିଲେ । ଏ ନେଇ ବାରମ୍ବାର ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିବା ବେଳେ ମଙ୍ଗଳବାର ଦିନ ଯୋଡା ପୌରପାଳିକା ପକ୍ଷରୁ ଏଗୁଡିକର ରକ୍ଷଣା ବେକ୍ଷଣ, ତଦାରଖ ଏବଂ ପରିଷ୍କାର ପରିଚ୍ଛନତା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୨୩ଟି ଗୋଷ୍ଠୀ ଶୌଚାଳୟକୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ପରବର୍ତ୍ତି ବଳକା ଗୋଷ୍ଠୀ ଶୌଚାଳୟ ଗୁଡିକୁ ମଧ୍ୟ ଅନୁରୂପ ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ ବୋଲି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଫଳରେ ଏହି ଶୌଚାଳୟ ଗୁଡିକର ବ୍ୟବହାର ସଠିକ୍ ଭାବରେ ହୋଇପାରିବ ବୋଲି ୱାର୍ଡ ବାସିମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.