Home ଅନୁଗୁଳ ମା ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ

ମା ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ

192

ତାଳଚେର,୧୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା ହିଙ୍ଗୁଳାଙ୍କର ଶୀତୁଳା ପୂଜା ବୁଧବାର ଦିନ ଅନୁଷ୍ଠିତ ହେବ । ପ୍ରତି ବର୍ଷ ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସରକାରଙ୍କ ଲକ୍ ଡାଉନ୍ ଅବଧି ବୃଦ୍ଧି କରା ଯାଇଥିବାରୁ ମା ହିଙ୍ଗୁଳାଙ୍କ ପ୍ରଥମ ଦିନ ଯାତ୍ରା ପରି ଶୀତୁଳା ଯାତ୍ରାରେ ଅନୁରୂପ ଭାବରେ କୌଣସି ଭକ୍ତ ମା’ଙ୍କ ଗୋପାଳପ୍ରସାଦ ପୀଠକୁ ଆସିବାକୁ ବାରଣ କରାଯାଇଛି । ଆସନ୍ତାକାଲି ମା ହିଙ୍ଗୁଳାଙ୍କ ମନ୍ଦିର ଓ ଉଭାସ୍ଥଳୀର ଚତୁଃପାଶ୍ୱର୍ ସହ ବିଭିନ୍ନ ଛକ ଜାଗାରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯିବ ବୋଲି ସୂଚନା ମିଳିଛି । ମା’ଙ୍କ ଏହି ଶୀତୁଳା ଯାତ୍ରା ମନ୍ଦିର ପୂଜକ ଓ ଅଳ୍ପ କେତେକ ସେବାୟତଙ୍କ ଉପସ୍ଥିତିରେ ସାମାଜିକ ଦୂରତାକୁ ଧ୍ୟାନରେ ରଖି ନିରାଡମ୍ବର ଭାବରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪ଶହ ମିଟର ଦୂର ଅରା ବାଉଁଶ ବଣ ପଡିଆରେ ମା ହିଙ୍ଗୁଳା ଅଗ୍ନିରୂପରେ ଉଭା ହୋଇଥିବା ବେଳେ କୋରୋନା ଭାଇରସ୍ ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମା’ ଙ୍କ ନବଦିନ ବ୍ୟାପି ପୂଜା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.