Home ଓଡ଼ିଶା ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଦ୍ୱାରା ବୁଲା ପଶୁକୁ ଖାଦ୍ୟ ବିତରଣ

ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଦ୍ୱାରା ବୁଲା ପଶୁକୁ ଖାଦ୍ୟ ବିତରଣ

88

ଯୋଡା, ୧୪ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ପକ୍ଷରୁ ବୁଲା ଗରୁ-ଗାଈ, ଷଣ୍ଢ ଏବଂ କୁକୁର ମାନଙ୍କୁ ଖାଦ୍ୟ ବିତରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜାଣିବାକୁ ମିଳିଛି । ଯୋଡା ପୌରାଞ୍ଚଳର ବିଭିନ୍ନ ୱାର୍ଡମାନଙ୍କରେ ରହିଥିବା ବୁଲା କୁକୁର ମାନଙ୍କୁ ବିସ୍କୁଟ ଏବଂ ବୁଲା ଗାଈ-ଗୋରୁ, ଷଣ୍ଢମାନଙ୍କୁ ଗୋ ଖାଦ୍ୟ ବିତରଣ କରାଯାଉଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ନିଜେ ଉପସ୍ଥିତ ରହି ଏଣେ ତେଣେ ବୁଲୁଥିବା ପଶୁ ମାନଙ୍କୁ ଖାଦ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି । କରୋଣା ସଂକ୍ରମଣକୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ହୋଟେଲ, ଢାବା, ଦୋକାନ ଗୁଡିକୁ ବନ୍ଦ କରିଦିଆଯାଇଥିବା ସହିତ ପରିବା, ମାଛ, ମାଂସ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ଏହାରି ଉପରେ ନିର୍ଭର କରି ବଞ୍ଚି ରହିଥିବା ଏହି ପଶୁ ମାନେ ଖାଦ୍ୟ ଅଭାବ ଯୋଗୁଁ ୨୧ ଦିନର ଲକ୍ ଡାଉନ ଯୋଗୁଁ ଅନାହାରରେ ଦିନ କାଟୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.