Home Coronavirus Outbreak ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨

ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨

358

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ତେବେ ଗତକାଲି କେନ୍ଦ୍ରାପଡ଼ାରୁ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳୁ ବାଲେଶ୍ୱରରୁ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩, ଯାଜପୁରରୁ ୨, କଟକ ୧, ଦେବଗଡ଼ ୧, ସୁନ୍ଦରଗଡରୁ ୧ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରୁ ୫୧୧ ଜଣ ଚିକିତ୍ସାଧୀନ ଥିବାବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.