Home Coronavirus Outbreak ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା : କୃଷକ, ପ୍ରବାସୀ ଶ୍ରମିକ ଓ ଛୋଟ ବ୍ୟବସାୟୀଙ୍କୁ...

ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା : କୃଷକ, ପ୍ରବାସୀ ଶ୍ରମିକ ଓ ଛୋଟ ବ୍ୟବସାୟୀଙ୍କୁ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ : ସମୀର ମହାନ୍ତି

186

ଭୁବନେଶ୍ୱର, ୧୪/୦୫ (ଓଡ଼ିଆ ପୁଅ) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି, ଏହା ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ ବୋଲି କହିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଜଣାଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବର୍ତମାନର ଘଡିସନ୍ଧି ମୁହୂର୍ତରେ କରୋନା ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ଓ ରାଜ୍ୟ ଲକ୍ ଡାଉନ୍‌ରେ ଥିବା କାରଣରୁ ଅନେକ ଗରିବ ଲୋକ ଏବେ ବି ହଇରାଣ ହରକତ ହେଉଛନ୍ତି। ଏଭଳି ସମୟରେ ମୋଦି ସରକାର ଗରିବ ଲୋକ ତଥା ଅସହାୟ ଲୋକଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ଉଦ୍ୟମ ପରେ ଉଦ୍ୟମ କରୁଛନ୍ତି।

ଆଜି ଘୋଷଣାରେ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦର ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ। ଯଦ୍ୱାରା ଓଡିଶାର ପ୍ରବାସୀ ଶ୍ରମିକମାନେ ମଧ୍ୟ ଲାଭ ପାଇବେ। ସେହିପରି ଅନେକ ରାଜ୍ୟରେ ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏତଦବ୍ୟତିତ ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ଆର୍ଥିକ ସହାୟତା ଘୋଷଣା ହୋଇଛି ତାହା ଦ୍ୱାରା ମଧ୍ୟ ଓଡିଶାକୁ ଲାଭ ମିଳିବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି।

ସମାଜର ସବୁଠୁ ତଳ ସ୍ତରର ଗରିବ ଲୋକମାନେ ହଇରାଣ ନହୁଅନ୍ତୁ ଏହା ପ୍ରଧାନମନ୍ତ୍ରୀଙ୍କ ଏକାନ୍ତ ଇଚ୍ଛା। ଲକ୍ ଡାଉନ୍ ଅବଧିରେ ମଧ୍ୟ ପ୍ରତ୍ୟେକ ଗରିବ ଖଟିଖିଆ ପରିବାରଙ୍କୁ ଖାଦ୍ୟ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅହରହ ଉଦ୍ୟମ କରୁଛନ୍ତି। ଗରିବ ଓ ଅସହାୟ ଲୋକମାନଙ୍କୁ ଖାଦ୍ୟ ଯାଗାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି ବୋଲି ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.