Home ଅପରାଧ ଆତଙ୍କବାଦୀଙ୍କ ସହ ଦୁଇ ଗଦ୍ଦାର ଯବାନ ନିହତ

ଆତଙ୍କବାଦୀଙ୍କ ସହ ଦୁଇ ଗଦ୍ଦାର ଯବାନ ନିହତ

1668

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଜବାନ୍ (ଏସପିଓ) ଅଛନ୍ତି।ଏହି ଦୁଇ ଜବାନ୍ ହଠାତ ଆତଙ୍କବାଦୀଙ୍କ ସହ ମିଶିଯାଇ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।ଘଟଣାସ୍ଥଳରୁ ଯବାନମାନେ ୩ଟି ଏକେ ସିରିଜ ବନ୍ଧୁକ ଏବଂ ବିପୁଳ ଗୋଳାବାରୁଦ ଜବତ କରିଛି।

ଖାଦ୍ୟ ଅଭାବରୁ ଗ୍ରୀଷ୍ମ ଋତୁ ଭିତରେ ମରିଯିବେ ୨୦ ଲକ୍ଷ ଲୋକ!

ସୂଚନା ମୁତାବକ,ଲାସିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା।ଏହା ପରେ ଗୁରୁବାର ଅପରାହ୍ନରୁ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା।ଯବାନମାନେ ଆତଙ୍କବାଦୀମାନଙ୍କୁ ଘେରିଯାଇଥିଲେ।ଏହାପରେ ସେମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ।ଯବାନମାନେ କଡ଼ା ଜବାବ ଦେଇଥିଲେ।ତେବେ ଏହି ସମୟରେ ଯବାନଙ୍କ ସହିତ ଥିବା ୨ଜଣ ଏସପିଓ ବନ୍ଧୁକ ସହ ହଠାତ ଗାୟବ ହୋଇଯାଇଥିଲେ।ଏବଂ ପରେ ସେମାନେ ଆତଙ୍କବାଦୀଙ୍କ ସହିତ ମିଶି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।ଏ’ ଭିତରେ ଆତଙ୍କବାଦୀ ସାଜିଥିବା ୨ ଏସପିଓ ଯବାନ ଏବଂ ଅନ୍ୟ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ନିହତଙ୍କ ମଧ୍ୟରେ ଜଣେ ହେଉଛନ୍ତି ପୁଲୱାମାର ଅଶିକ ଅହମଦ, ଇମାରାନ ଅହମଦ ଏବଂ ଏସପିଓରୁ ଆତଙ୍କୀ ସାଜିଥିବା ପୁଲୱାମାର ଶବୀର ଅହମଦ ଏବଂ ସୋପିଆନର ସଲମାନ ଖାନ।ସେମାନଙ୍କ ମୃତଦେହ ଜବତ ହୋଇଛି।ମୃତ ଆତଙ୍କବାଦୀମାନେ ଜୈଶ ସଂଗଠନର ବୋଲି ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।//ଦେବଦତ୍ତ ରଥ

ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.