Home ଆନ୍ତର୍ଜାତୀୟ ଖାଦ୍ୟ ଅଭାବରୁ ଗ୍ରୀଷ୍ମ ଋତୁ ଭିତରେ ମରିଯିବେ ୨୦ ଲକ୍ଷ ଲୋକ!

ଖାଦ୍ୟ ଅଭାବରୁ ଗ୍ରୀଷ୍ମ ଋତୁ ଭିତରେ ମରିଯିବେ ୨୦ ଲକ୍ଷ ଲୋକ!

2426

ଭୁବନେଶ୍ୱର:ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ଆପାତ କାଳ ପାଇଁ ମାନବୀୟ ସାହାଯ୍ୟ ଦାୟିତ୍ୱରେ ଥିବା ପ୍ରମୁଖ ମାର୍କ ଲୋକାଁକ କହିଛନ୍ତି ଯଦି ସୋମାଲିଆକୁ ତୁରନ୍ତ ଅନ୍ତରାଷ୍ଟ୍ରୀୟ ସହଯୋଗ ପହଞ୍ଚା ନ’ଯାଏ,ତେବେ ଗ୍ରୀଷ୍ମ ଋତୁ ସରିବା ପୂର୍ବରୁ ସେଠାରେ ଖାଦ୍ୟ ଅଭାବ କାରଣରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିବ।ୟୁଏନ ଅଣ୍ଡର ସେକ୍ରେଟାରୀ ଜେନେରାଲ ମାର୍କ କହିଛନ୍ତି, ମରୁଡ଼ି ପଡ଼ିବା କାରଣରୁ ସୋମାଲିଆକୁ ୭୦ କୋଟି ଡଲାରର ଆବଶ୍ୟକତା ରହିଛି।ବର୍ଷା ନ’ହେବା କାରଣରୁ ପଶୁମାନଙ୍କର ମୃତ୍ୟୁ ଘଟୁଛି, ଫସଲ ଉଜୁଡ଼ି ଯାଇଛି।ସୋମାଲିଆ ସମେତ କେନିୟା, ୟୁଥୋପିୟାରେ ମଧ୍ୟ ସେହିପରି ସ୍ଥିତି।ରିପୋର୍ଟ ଅନୁଯାୟୀ,ସୋମାଲିଆର ଜନସଂଖ୍ୟା ୧.୫ କୋଟି।ଏମାନଙ୍କ ମଧ୍ୟରୁ ୩୦ ଲକ୍ଷ ଲୋକ କେବଳ ନ୍ୟୁନତମ ଆବଶ୍ୟକତା ମୁଠାଏ ଖାଦ୍ୟ ପାଇଁ ସଙ୍ଘର୍ଷ କରୁଛନ୍ତି।/ଦେବଦତ୍ତ ରଥ

ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.