Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

472

ସୁବର୍ଣ୍ଣପୁର ୨୧-୨ (ଓଡ଼ିଆ ପୁଅ) : ସୋନପୁର-ସମ୍ବଲପୁର ରାସ୍ତା ମାଟାକାନୀ ଛକ ନିକଟରେ ଟାଟା ପିକଅପ ଓ ଟ୍ରକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଗୁରୁତର ଅବସ୍ଥାରେ ସୋନପୁର ହସ୍ପିଟାରେ ଭର୍ତ୍ତି ହୋଇଛନ୍ତି।

ସ୍ଥାନୀୟଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଛନ୍ତି। ମୃତ ବ୍ୟକ୍ତିଙ୍କ ବର୍ତମାନ ସୁଦ୍ଧା କୌଣସି ପରିଚୟ ମିଳିପାରି ନାହିଁ। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉଲୁଣ୍ଡା ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ପୋଲିସ୍ ସେଠାରେ ପହଁଚି ତଦନ୍ତ ଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.