Home ଓଡ଼ିଶା ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଫାଇନାଲ୍‌ କଟକ ମଙ୍ଗଳା କ୍ଲବ୍ ଚମ୍ପିଆନ୍‌

ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ଫାଇନାଲ୍‌ କଟକ ମଙ୍ଗଳା କ୍ଲବ୍ ଚମ୍ପିଆନ୍‌

63

ନୟାଗଡ/୨୨/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରର ରାଜ୍ୟ ସ୍ତରୀୟ ରଣପୁର କପ୍ ୨୦୨୦ ଫୁଟ୍‌ବଲ୍ ମ୍ୟାଚ୍  ଫାଇନାଲ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ଫାଇନାଲ୍ ମ୍ୟାଚ୍ କଟକ ମଙ୍ଗଳା କ୍ଲବ୍ ଓ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଙ୍ଗଳା କ୍ଲବ୍ ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ କୁ ୧-୦ ଗୋଲ୍ ରେ ହରାଇ ଚମ୍ପିଆନ୍ ହୋଇଥିବା ଜଣା ପଡିଛି । ମାନ୍ୟବର ପୁରୀ ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ରାଜ୍ୟ ବିଜୁ ଜନତା ଦଳର ପ୍ରବକ୍ତା ଡଃ.ସନ୍ତୋଷ ଲେଙ୍କା ମଧ୍ୟ ସାମିଲ୍ ହୋଇଥିଲେ । ନୟାଗଡ ସ୍ପୋର୍ଟସ୍ ହଷ୍ଟେଲ୍ କୁ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା ।

ସେହିଭଳି ଭାବରେ ସ୍ପୋର୍ଟସ୍ ହଷ୍ଟେଲ୍ ନୟାଗଡର ଖେଳାଳୀ ମ୍ୟାନ୍ ଅଫ୍ ଦ ସିରିଜ୍‌କୁ ହାତେଇ ନେଇଥିଲେ । ସାଂସଦ ପିନାକୀ ମିଶ୍ର ମଙ୍ଗଳା କ୍ଲବ୍ କଟକକୁ ଚମ୍ପିଆନ୍‌ସିପ୍ ଟ୍ରଫି ପ୍ରଦାନ କରିଥିଲେ । ମଙ୍ଗଳା କ୍ଲବ୍ ର ଖେଳାଳୀ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କୁ ହାତେଇ ନେଇଥିଲେ । ଏହି ଉଦ୍‌ଯାପନୀ ସଭାରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସମ୍ପାଦକ ସ୍ୱରାଜ ମହାନ୍ତି ବିବରଣୀ ପ୍ରଦାନ କରିବା ସହ ରଣପୁର ଏହି ବାଘ ସାମନ୍ତ ମିନି ଷ୍ଟାଡିୟମ୍ ରେ ଆର୍ନ୍ତଜାତୀୟ ମ୍ୟାଚ୍ ଖେଳିବା ପାଇଁ ପରିବେଶ ତିଆରି କରିବା ପାଇଁ ସାଂସଦ ଓ ବିଧାୟକଙ୍କ ସହଯୋଗ ଲୋଡିଥିଲେ । ସାଂସଦ ପିନାକୀ ମିଶ୍ର, ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଆଲୋଚନା କରି କେଉଁଭଳି ମିନି ଷ୍ଟାଡିୟମ୍ ର ଉନ୍ନତିକରଣ ହୋଇପାରିବ ତାହା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ଉପଦେଷ୍ଟା ଇଂ.ଦେବାଶିଷ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.