Home ଓଡ଼ିଶା ରଣପୁର ୨୦୨୦ ମକର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ରଣପୁର ୨୦୨୦ ମକର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

140

ନୟାଗଡ/୧୧/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ମକର ମହୋତ୍ସବ ପାଇଁ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦି ସମ୍ମିଳନୀ ଜାନୁୟାରୀ ୧୧ ତାରିଖ ଅପରାହ୍ନରେ ଦଣ୍ଡା ବାଲୁଙ୍କେଶ୍ୱର ପୀଠରେ ଡକାଯାଇଥିଲା । ରଣପୁର ଗଡଜାତର ଦଣ୍ଡା ବାଲୁଙ୍କେଶ୍ୱର ପୀଠରେ ରାଜ ରାଜୁଡା ଅମଳରୁ ମକର ଉତ୍ସବ ପାଳିତ ହୋଇ ଆସୁଥିଲା । ଏହି ଉତ୍ସବ ୧୯୫୪ ମସିହା ପର୍ଯ୍ୟନ୍ତ ଚାଲି ଆସିଥିଲା । କୌଣସି କାରଣରୁ ଉତ୍ସବଟି ବନ୍ଦ ହୋଇଯାଇଥିଲା । କିନ୍ତୁ ଚଳିତ ୨୦୨୦ ମସିହାରେ ବନ୍ଦ ହୋଇଥିବା ଉତ୍ସବକୁ ମହୋତ୍ସବ ରୁପରେ ପରିଣତ କରି ଆସନ୍ତା ମକର ସଂଙ୍କ୍ରାନ୍ତି ଜାନୁୟାରୀ ୧୫ ତାରିଖଠାରୁ ଚାରିଦିନ ବ୍ୟାପୀ ମକର ମହୋତ୍ସବ ପାଳିତ ହେବା ପାଇଁ ଏକ କମିଟି ଗଠନ କରାଯାଇଅଛି । କମିଟିର ସଭାପତି ସୁରେଶ ଚନ୍ଦ୍ର ମିଶ୍ର ,ସମ୍ପାଦକ ସୁଶାନ୍ତ କୁମାର ବିଶ୍ୱାଳ, ଉପ-ସଭାପତି ସୁଶାନ୍ତ କୁମାର ମିଶ୍ର, କୋଷାଧକ୍ଷ ବିରଂଚି ନାରାୟଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସଭାପତି ସୁରେଶ ମିଶ୍ରଙ୍କ ସୁଚନା ଅନୁଯାୟୀ ମକର ସଂଙ୍କ୍ରାନ୍ତି ସକାଳୁ ନାମ ସଂଙ୍କୀର୍ତ୍ତନ ରଣପୁର ପରିକ୍ରମା କରାଯିବ । ଦିବା ୧୧ ଘଟିକା ସମୟରେ ବଧି ବାଲୁଙ୍କେଶ୍ୱରଙ୍କଠାରେ ଜଳାଭିଷେକ ପରେ ଏକ ପଦଯାତ୍ରା ଦଣ୍ଡା ବାଲୁଙ୍କେଶ୍ୱର ପର୍ଯ୍ୟନ୍ତ ଆସିବ । ତାପରେ ମକର ମହୋତ୍ସବର ଶୁଭ ଉଦ୍‌ଘାଟନ କରାଯିବ । ରଣପୁର ପଂଚୁ ମହାଦେବଙ୍କ ମଧ୍ୟରେ ଏହି ଦଣ୍ଡା ବାଲୁଙ୍କେଶ୍ୱରଙ୍କର ନାମ ରହିଅଛି । ଚାରିଦିନ ବ୍ୟାପୀ ଏହି ମହୋତ୍ସବରେ ଆଂଚଳିକ ଲୋକ ନୃତ୍ୟ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ମକର ସଂଙ୍କ୍ରାନ୍ତି ଅବସରରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରାଯିବା ସହ ପ୍ରାଚୀନ ପରମ୍ପରାକୁ ଉଦ୍‌ଯିବୀତ କରିବା ପାଇଁ ଏହି ମହୋତ୍ସବର ଉଦ୍ଧେଶ୍ୟ ବୋଲି କୋଷାଧକ୍ଷ ଅବସର ପ୍ରାପ୍ତ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ କହିଥିଲେ । ଦୋଳିଠାରୁ ଆରମ୍ଭ କରି ବିଭିନ୍ନ ଦୋକାନ ବଜାର ସହ ଚଟାପଟ ଖାଦ୍ୟର ଦର୍ଶକମାନେ ମଜାନେବେ ବୋଲି ପ୍ରକାଶ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.