Home Top News ସାବଧାନ : ଅଗ୍ନିପଥ ଯୋଜନାକୁ ନେଇ ଫେକ୍‌ ନ୍ୟୁଜ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ୩୫ ହ୍ୱାଟସ୍...

ସାବଧାନ : ଅଗ୍ନିପଥ ଯୋଜନାକୁ ନେଇ ଫେକ୍‌ ନ୍ୟୁଜ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ୩୫ ହ୍ୱାଟସ୍ ଆପ୍ ଗ୍ରୁପ ବ୍ୟାନ, ୧୦ ଗିରଫ

64

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ସାବଧାନ! ଅଗ୍ନିପଥ ଯୋଜନାକୁ ନେଇ ଫେକ୍‌ ନ୍ୟୁଜ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର। ୩୫ ହ୍ୱାଟସ୍ ଆପ୍ ଗ୍ରୁପକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ୧୦ ଜଣଙ୍କୁ ଗିରଫ କରାଯାଇଛି। ହ୍ୱାଟସ୍ ଆପ୍ ଗ୍ରୁପରେ ଭ୍ରମ ତଥ୍ୟ ତଥା ଫେକ୍‌ ନ୍ୟୁଜ ସେୟାର କରିବାକୁ ନେଇ ସରକାର ୩୫ ହ୍ୱାଟସ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ସୂଚନାଯୋଗ୍ୟଯେ, ଆଜି ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହା ପରେ ମଧ୍ୟ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରିତ ହେଉଛି। ଏଥିପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଅଗ୍ନି ପଥ ଯୋଜନା ବିରୁଦ୍ଧରେ ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରିବା ପାଇଁ ୧୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.