Home ଜିଲ୍ଲା ପରିକ୍ରମା ଗୁଆମାଳ ଗଣ୍ଡପଡାରେ ଭାରପ୍ରାପ୍ତ ମହିଳା ଆରଆଇଙ୍କୁ ଆକ୍ରମଣ ଓ ଅଟକ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

ଗୁଆମାଳ ଗଣ୍ଡପଡାରେ ଭାରପ୍ରାପ୍ତ ମହିଳା ଆରଆଇଙ୍କୁ ଆକ୍ରମଣ ଓ ଅଟକ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସମୂହ କଲମ ଛାଡ଼ ଆନ୍ଦୋଳନ

48

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ତହସିଲ ଦୋଳସାହି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର ଆଇ )ଇତିଶ୍ରୀ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୀର୍ଘସମୟ ଧରି ଅଟକ ରଖାଯିବା ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ଦାବିରେ ତହସିଲ କାର୍ଯ୍ୟାଳୟରେ ସୋମବାର ଠାରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ କଲମ ଛାଡ଼ ଆନ୍ଦୋଳନ କରାଯାଇଛି ।ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କ ଆକ୍ରମଣ ଘଟଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହିଁ । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ତିହିଡି ଶାଖା ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ,  ତିହିଡି ଶାଖା ଓଡିଶା ରାଜ୍ୟ ରାଜସ୍ବ ଅମଲା ସଂଘ,ତିହିଡି ଶାଖା ଓଡିଶା ରାଜ୍ୟ ଡିଇଓ ସଂଘ,ତିହିଡି ଶାଖା ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କଲମ ଛାଡ଼ ଆନ୍ଦୋଳନ କରାଯାଇଛି ।ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।ଖବରପାଇ ତିହିଡି ଆଇଆଇସି ତାପନ ପ୍ରଧାନ ଓ ଏସ ଆଇ ଦିବ୍ୟ ଲୋଚନ ବେହେରା ତହସିଲଦାର ପ୍ରତୀକ ସାହୁଙ୍କ ସହିତ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ଏବେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ପରବର୍ତ୍ତୀ ସମୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଜୀବବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନରୁ ଓହରିଯିବାକୁ କହିଥିଲେ । ମାତ୍ର  ୩୩ ଅଭିଯୁକ୍ତ ମାନଙ୍କ ମାଧ୍ୟରୁ ୧୫ ଜଣଙ୍କୁ ଗିରଫ କରାନଗଲେ ସଂଘ ଆନ୍ଦୋଳନରୁ ଓହରିବେନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ।ଏହି ଆନ୍ଦୋଳନକୁ ଆହୁରି ରାଜ୍ୟ ବ୍ୟାପି କରାଯିବ ବୋଲି ସଂଘର କର୍ମକର୍ତ୍ତା ମାନେ  ଚେତାବନୀ ଦେଇଛନ୍ତି।

ଦୋଳସାହି ଆରଆଇ ସର୍କଲ ଗୁଆମାଳ ପଞ୍ଚାୟତ ଅଧିନ ଗଣ୍ଡପଡା ଗ୍ରାମରେ ସେପ୍ଟେମ୍ବର ୧୬ ତାରିଖରେ ଏକ ଜବର ଦଖଲ ତଦନ୍ତ ବେଳେ ଦୋଳସାହି ସର୍କଲ ଭାରପ୍ରାପ୍ତ ମହିଳା ଆରଆଇ ଇତିଶ୍ରୀ ଖଟୁଆଙ୍କୁ କେତକ ମହିଳା ଓ ପୁରୁଷ ଆକ୍ରମଣ କରିବା ସହିତ ତାଙ୍କୁ ଗ୍ରାମର ଅଷ୍ଟମ ପ୍ରହରୀ ଘରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ତିହିଡି ପୋଲିସ ୩୩ ଜଣଙ୍କ ନାମରେ  ବିଭିନ୍ନ ଦଫାରେ ୩୪୯/୨୧ରେ ମୋକଦ୍ଦମା ରୁଜୁକରିଥିଲେ ।ମାତ୍ର ଘଟଣାକୁ ଏକ ସପ୍ତାହ ପୁରି ଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହାଁନ୍ତି ।ଯେଉଁଥି ପାଇଁ ସମସ୍ତ ଆରଆଇ ଓ ତହସିଲ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ସେମାନେ କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇ ଏସମ୍ପର୍କରେ  ତିହିଡି ଆର ଆଇ ସଂଘର ସଭାପତି ମୀନକେତନ ଦାସ ଓ ସମ୍ପାଦକ ଗୋଲକ ମୁର୍ମୁ ସେପ୍ଟେମ୍ବର ୧୮ ତାରିଖରେ ତହସିଲଦାର ପ୍ରତୀକ ସାହୁ ଓ ଥାନା ଅଧିକାରୀ ତପନ ପ୍ରଧାନଙ୍କୁ ଜଣାଇଥିଲେ ।ଏହି ଆନ୍ଦୋଳନରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଜିଲ୍ଲା ସମ୍ପାଦକ ତଥା ସୁପରଭାଇଜ଼ର ଗିରିଶ ଚନ୍ଦ୍ର ନାୟକ,ଆର ଅଇ ସଂଘ ସଭାପତି ମୀନକେତନ ଦାସ,ସମ୍ପାଦକ ଗୋଲକ ମୁର୍ମୁ,ସେକ୍ସନ ଅଫିସର ବୁଦ୍ଧିରାମ ଟୁଡୁ,ଆରଆଇ ଭାଗବତ ଖଟୁଆ,ପୂର୍ଣ୍ଣଚନ୍ଦ୍ର ପରିଡା,ଏଆରଆଇ ସରୋଜ ତ୍ରିପାଠୀ,ଇତିଶ୍ରୀ ଖଟୁଆ ,ବରିଷ୍ଠ କିରାଣୀ ପୂର୍ଣ୍ଣଚନ୍ଦ୍ର ସାହୁ,ଅମିନ ପ୍ରଦୀପ ଦାସ,ଡିଇଓ ଦେବାଶିଷ ମହାପାତ୍ର,ପୁଷ୍ପ ଲତା ମହାନ୍ତି,ମନୋଜ ବେହେରା ଓ ସୁବାଷ ଚନ୍ଦ୍ର ଦାସଙ୍କ ସମେତ ପରମେଶ୍ୱର ସାହୁ,ମଧୁସୂଦନ ରାଉତ,ମହେଶ୍ୱର ରାଉତ,ରିତାରଣୀ ସିଂ,କମଳା କାନ୍ତ ଦାସ,ମଦନ ମୋହନ ପଣ୍ଡା ସାମିଲ ହୋଇଛନ୍ତି ।ଏହି କଲମ ଛାଡ଼ ଆନ୍ଦୋଳନ ଚାଲୁ ରହିଲେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେବେବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.