Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ପଜିଟିଭ କେଶ ୨୫ରେ ପହଞ୍ଚିଲା...

କେନ୍ଦୁଝର ଜିଲ୍ଲାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ପଜିଟିଭ କେଶ ୨୫ରେ ପହଞ୍ଚିଲା : ସୁସ୍ଥ ୮

378

କେନ୍ଦୁଝର, ୩୧ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତକାଲି ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବୋଳେ ଆଜି ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫ ରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଇତି ମଧ୍ୟରେ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ଆକ୍ଟିଭ କେସ୍‌ ୧୭ ରହିଛି। ଗତକାଲି ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ ୨୧ ବର୍ଷିୟ ଯୁବକ ହୋଇଥିବା ବେଳେ ସେ ଗତ ୧୮ ତାରିଖରେ ତେଲେଙ୍ଗାନର ହାଇଦ୍ରାବାଦରୁ ଫେରି ହାଟଡିହି ବ୍ଳକର ସମଣା ଗ୍ରାମ ପଞ୍ଚାୟତର ବାହାରିପୁର କ୍ୱାରେଣ୍ଟାଇନ୍‌ରେ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ରହୁଥିଲେ। ଗତ ୨୬ ତାରିଖ ଦିନ ତାଙ୍କର ନମୁନା ପରୀକ୍ଷା ହେବାକୁ ଯାଇଥିବା ବେଳେ ଗତକାଲି ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା। ଏହି ପଞ୍ଚାୟତଟି ଜନ ବହୁଳ ଅଞ୍ଚଳ ଅଟେ। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବାହାରିପୁରସ୍ଥିତ ଅସ୍ଥାୟୀ ମେଡିକାଲ କେନ୍ଦ୍ର ବାହାରିପୁର ହାଇସ୍କୁଲର ପ୍ରାଚୀର ଠାରୁ ୧୦୦ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ଏବଂ କଣ୍ଟେନମେଣ୍ଟ ଚତୁଃପାର୍ଶ୍ୱର ଆନ ଠାରୁ ବାରଙ୍ଗ ଶିବ ମନ୍ଦିର ବାହାରିପୁର ଗ୍ରାମ୍ୟ ରାସ୍ତା ପର୍ଯ୍ୟନ୍ତ, ବାହାରପୁର ଠାରୁ ସମଣା ଗ୍ରାମ୍ୟ ରାସ୍ତା ର ଛପିଣ୍ଡିଆ ଣି ସାହୁଦୋକାନ ପର୍ଯ୍ୟନ୍ତ, ଏବଂ ବହାରାପୁର ଠାରୁ ଗିରିଗାଁଓ ପଞ୍ଚାୟତ ରାସ୍ତାର ଅନ୍ନପୁର୍ଣ୍ଣା ହାଇସ୍କୁଲକୁ ସିଲିଂ ପଏଣ୍ଟ ଭାବେ ଘୋଷଣା କରାଯାଇ ଏହି ଅଞ୍ଚଳକୁ ଚଳିତ ୨୯ ତାରିଖ ରାତ୍ର ୯ ଠାରୁ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.