Home Coronavirus Outbreak ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ – ୩ ନୂଆ ଜିଲ୍ଲାରେ କରୋନା ସଂକ୍ରମଣ...

ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ – ୩ ନୂଆ ଜିଲ୍ଲାରେ କରୋନା ସଂକ୍ରମଣ : ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ କୁ ବୃଦ୍ଧି

907

ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା ଏହାଯେ, ୩ ନୂଆ ଜିଲ୍ଲାରେ କରୋନା ସଂକ୍ରମଣ ଖବର ଆସିଛି। ସେହି ଜିଲ୍ଲା ଗୁଡ଼ିକ ହେଲେ ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲା। ଏହି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରେ କଲ୍ୟାଣ ବିଭାଗ ୱେବସାଇଟରୁ ସୂଚନା ମିଳିଛି।

ବର୍ତ୍ତମାନ ରାଜ୍ୟରେ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୮୩ଜଣ ସକ୍ରିୟ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.