Home କେନ୍ଦୁଝର କେନ୍ଦୁଝର କଲେଜ୍ ରୋଡ଼ର ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ୍ ରକ୍ତ...

କେନ୍ଦୁଝର କଲେଜ୍ ରୋଡ଼ର ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ୍ ରକ୍ତ ସଂଗୃହୀତ

560

କେନ୍ଦୁଝର,ତା ୨୯ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିଶ୍ବରେ କରୋନା ମହାମାରୀର ତାଣ୍ଡବ ଚାଲିଥିବା ବେଳେ ସେଥିରୁ ମଧ୍ୟ ଆମ ଦେଶ ଭାରତ ବାଦ ପଡ଼ିନାହିଁ । ଏହି ମହାମାରୀ ଠାରୁ ଦେଶର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ସମସ୍ତ ସ୍ଥାନରେ ଲକ୍ ଡାଉନ୍ ନିୟମ ଲାଗୁ କରିଛନ୍ତି । ଯାହା ଫଳରେ ଏହି ସମୟରେ ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ରକ୍ତର ଅଭାବକୁ ଦୁରେଇବା ପାଇଁ କେନ୍ଦୁଝର କଲେଜ୍ ରୋଡ଼ର ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବର ସଦସ୍ୟମାନେ ଅଣ୍ଟା ଭିଡି ଆଗକୁ ଆସିଛନ୍ତି । କ୍ଲବ୍ ପକ୍ଷରୁ ପ୍ରଥମଥର ପାଇଁ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ବୋଲି କ୍ଲବ୍ ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ଲକ୍ ଡାଉନ୍ ନିୟମକୁ ନେଇ ଉକ୍ତ ଶିବିରରେ ସ୍ୱତନ୍ତ୍ର ଭାବେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା । ଯଥା ପୃଥକ ଭାବେ ରକ୍ତଦାତାଙ୍କ ଅପେକ୍ଷା ଗୃହ ଓ ରକ୍ତଦାନ ଗୃହ, ପଞ୍ଜିକରଣ ସମୟ ରେ ଚୁନରେ ଗୋଲେଇ କରି ୨ ମିଟର ବ୍ୟବଧାନ ରକ୍ଷା, ରକ୍ତଦାନ ଶିବିରକୁ ପଶିବା ଆଗରୁ ସାନିଟାଇଜର ଓ ସାବୁନର ବ୍ୟବହାର ବ୍ୟବସ୍ଥା କ୍ଲବ୍ ପକ୍ଷରୁ କରାଯାଇଥିଲା । ସ୍ୱତନ୍ତ୍ର ସାନିଟାଇଜର କେବିନ, ଜଣେ ରକ୍ତଦାନ କରି ସାରିବା ପରେ ବେଡ଼କୁ ସାନିଟାଇଜ କରିବା ଏଭଳି ବ୍ୟବସ୍ଥା ଦେଖି ରକ୍ତଦାତା ଓ ଅତିଥି ମାନେ ଶିବିର ଆୟୋଜକମାନକୁ ସାଧୁବାଦ ଦେବା ସହିତ, ଏହା ଏକ ଉଦାହରଣ ହୋଇରହିବ ବୋଲି ମତ ପ୍ରକାଶ କରିଥିଲେ । ୨ ଜଣ ମହିଳା ଓ ୨୮ ଜଣ ପୁରୁଷ ଅତି ଉତ୍ସାହର ସହିତ ରକ୍ତଦାନ କରିଥିଲେ । ଜଣେ ମହିଳା ଶିବିରରେ ଆସି ରକ୍ତଦାନ କରିବା ଦେଖି ରକ୍ତଦାତା ଓ ଆୟୋଜକ ଉଭୟଙ୍କୁ ଉତ୍ସାହର ଶ୍ରୋତ ଯୋଗାଇଥିଲେ । କେନ୍ଦୁଝର ସହରରେ କୌଣସି ଆବାସିକ କ୍ଲବ ତରଫରୁ ଏହା ସର୍ବାଧିକ ୟୁନିଟ ସଂଗ୍ରହର ଶିବିର ହୋଇଥିବା ଜଣାପଡିଛି । ଶିବିରକୁ ସ୍ୱଇଚ୍ଛା ବହୁ ସଂଖ୍ୟାରେ ଯୋଗ ଦେଇ ସାମାଜିକ ଦୂରତାକୁ ଠିକ ଭାବେ ଅବଲମ୍ବନ କରି ଥିବାରୁ କଲେଜ ରୋଡ୍ ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ରକ୍ତଦାନ ଶିବିରରେ କ୍ଲବର ସଭାପତି ଗ୍ୟାନରଞ୍ଜନ ଦାଶ, ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ଯୁଗ୍ମ ସମ୍ପାଦକ ହିମାଂଶୁ ଶେଖର ଦାସ, କିଶୋର କୁମାର ଜେନା, କୋଷାଧ୍ୟକ୍ଷ ଅମୂଲ୍ୟ ମିଶ୍ର, ସଦସ୍ୟ ଦୀପକ କୁମାର ଦାଶ, ମନୋରଞ୍ଜନ ଜେନା, ନାରାୟଣ ବିଶ୍ୱାଳ,କାର୍ତ୍ତିକ ମହାନ୍ତି, କାକା, ବୁବୁନ୍, ଜଗେଶ୍, ପ୍ରିୟରଞ୍ଜନ, ବଦ୍ରି, ଜନାର୍ଦ୍ଦନ ରଣା, ସ୍ବାଧିନ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.