Home ଓଡ଼ିଶା ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

654

ମୁମ୍ବାଇ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ନିଧନ ହୋଇଥିବା ସୂଚନା ମିଲିଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ସେ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ବିଗିଡି ଯାଉଥିବା କୁହାଯାଉଛି ଯେ ତାଙ୍କର କୋଲୋନ୍ ସଂକ୍ରମଣ ହୋଇଥିଲା। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ।

ସୂଚନାଯୋଗ୍ୟଯେ, କିଛି ଦିନ ପୂର୍ବରୁ ତାଙ୍କ ମା ସାଇଦା ବେଗମ୍ଙ୍କର ମୃତ୍ୟୁ ହୋଇଥିଲା। ମାଙ୍କର ଅନ୍ତିମ ସଂସ୍କାରରେ, ଲକ୍ଡାଉନ୍ ହେତୁ ସେ ଯୋଗଦେବାକୁ ଅସମର୍ଥ ଥିଲେ। ତେବେ ସେ ଏକ ଭିଡିଓ କଲରେ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପୁନଶ୍ଚ କୁହାଯାଇପାରେଯେ, ମାର୍ଚ୍ଚ ୨୦୧୮ ରେ ଅର୍ଥାତ୍ ଦୁଇ ବର୍ଷ ପୂର୍ବେ ଇରଫାନ୍ ତାଙ୍କର ଅସୁସ୍ଥତାକୁ ନେଇ ନିଜେ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ। ସେ ଟ୍ୱିଟ କରି ପ୍ରଶଂସକଙ୍କୁ ତାଙ୍କ ଅସୁସ୍ଥତା ବିଷୟରେ କହିଥିଲେ। ସେ ନିଜ ଟ୍ୱିଟରେ ଲେଖିଥିଲେ ଯେ ଜୀବନରେ ହଠାତ୍ ଏପରି କିଛି ଘଟିଥାଏ ଯାହା ଆପଣଙ୍କୁ ଆଗକୁ ନେଇଥାଏ। ମୋ ଜୀବନର ଶେଷ କିଛି ଦିନ ଏହିପରି ହୋଇଛି। ମୋର ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ରୋଗ ଅଛି। କିନ୍ତୁ ମୋ ଆଖପାଖରେ ଥିବା ଲୋକଙ୍କ ପ୍ରେମ ଏବଂ ଶକ୍ତି ମୋତେ ଭରସା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.