Home Top News ଆମେରିକାରେ କରୋନାରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ – ୯/୧୧ ଆକ୍ରମଣରେ ହୋଇଥିବା ମୃତ୍ୟୁ...

ଆମେରିକାରେ କରୋନାରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ମୃତ୍ୟୁ – ୯/୧୧ ଆକ୍ରମଣରେ ହୋଇଥିବା ମୃତ୍ୟୁ ସଂଖ୍ୟାରୁ ଅଧିକ

60

ନୂଆ ଦିଲ୍ଲୀ ୧୧ -୧୨ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରୀକା କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ୫ ଦିନରେ ଦଶଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ହେବା ପରେ ୧୦୬୦୦୦ ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ପରିସ୍ଥିତିରେ ଦେଶର ଡାକ୍ତରଖାନା ଉପରେ ମଧ୍ୟ ଚାପ ଯଥେଷ୍ଟ ବୃଦ୍ଧି ପାଇଛି।

ଆମେରିକାରେ କୋଭିଡ -୧୯ ଟିକା ଅନୁମୋଦନ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚୁଥିବା ବେଳେ ଅବସ୍ଥା ବିଗିଡୁଥିବା ପରିଲକ୍ଷିତ ହେଉଛି। ଯୁକ୍ତରାଷ୍ଟ୍ରରେ, ରେକର୍ଡ ସଂଖ୍ୟକ ମୃତ୍ୟୁ ଗୋଟିଏଦିନରେ ହେଇଛି। ଯାହାକି ୩୦୦୦ ରୁ ଅଧିକ ମୃତ୍ୟୁ କେବଳ କରୋନା ଭାଇରସ୍ କାରଣରୁ। ଏପରିକି ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ୯/୧୧ ଆକ୍ରମଣରେ ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟାଠାରୁ ଏହା ଅଧିକ।

ସୂଚନାଯୋଗ୍ୟଯେ, ଆମେରିକାରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୨୯୦, ୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି ଏବଂ ୧୫ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

ଯୁକ୍ତରାଷ୍ଟ୍ରରେ ବୁଧବାର ଦିନ କରୋନା ଜୀବାଣୁ ସଂକ୍ରମଣ ହେତୁ ୩୧୨୪ ଜଣଙ୍କର ମୃତ୍ୟୁ ଘଟିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବୁଧବାର ଦିନ ଆମେରିକାର ୩, ୧୨୪ ମୃତ୍ୟୁ ରେକର୍ଡ ହୋଇଛି, ଯାହାକି ଗୋଟିଏ ଦିନ ପାଇଁ ସର୍ବାଧିକ। ଏହାପୂର୍ବରୁ, ଏପ୍ରିଲ ୧୫ ରେ ୨, ୬୦୩ ଜଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସର୍ବାଧିକ ମୃତ୍ୟୁ ଘଟିଥିଲା। ସେ ସମୟରେ ନ୍ୟୁୟର୍କ ସିଟି କରୋନା ଭୂତାଣୁ ବିସ୍ତାରର କେନ୍ଦ୍ର ଥିଲା।

ଉଲ୍ଲେଖଯୋଗ୍ୟଯେ, ବ୍ରିଟେନ ପରେ ଆମେରିକା Pfizer-BioNotech Corona ଟିକାକୁ ମଧ୍ୟ ଜରୁରୀକାଳିନ ପରିସ୍ଥିତିରେ ଅନୁମୋଦନ କରିପାରେ। ଆମେରିକା ସରକାରଙ୍କ ଏକ ପରାମର୍ଶଦାତା ପ୍ୟାନେଲ୍ ଫାଇଜର-ବାୟୋଟେକ୍ କରୋନା ଟିକାକୁ ଜରୁରୀକାଳୀନ ଅନୁମୋଦନ କରିବାକୁ ସୁପାରିଶ କରିଛି। ପ୍ୟାନେଲରେ ଦର୍ଶାଯାଇଛି ଯେ, ଟୀକାକରଣର ସମ୍ଭାବ୍ୟ ଲାଭ ଏହାର ବିପଦକୁ କମ୍ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.