Home ଜିଲ୍ଲା ପରିକ୍ରମା ମଦ ବୋଝେଇ ପିକଅପ ଭ୍ୟାନ ଜବଦ, ଜଣେ ଗିରଫ କୋର୍ଟ ଚାଲାଣ

ମଦ ବୋଝେଇ ପିକଅପ ଭ୍ୟାନ ଜବଦ, ଜଣେ ଗିରଫ କୋର୍ଟ ଚାଲାଣ

37

ବାହାନଗା,୧୦ା୧୨(ଭାରତୀ ଦ।।ସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ଗୋଟିଏ ମଦ ବୋଝେଇ ପିକଅପ ଭ୍ୟାନ ଜବଦ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲଣ କରିବାର ଜଣାପଡ଼ିଛି । ଗିରଫ ହୋଇ ଥିବା ଜଣକ ବାହାନଗା ବ୍ଲକ ପୁରାଣ ଗ୍ରାମର ରମାକାନ୍ତ ଦଳେଇଙ୍କ ପୁଅ ଜନ୍ମଜୟ(୩୬) । ସୂଚନା ଅନୁସାରେ ଅବକାରୀ ବିଭାଗ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ଇନସପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିଂ କରିବା ସହ ନିମିକ ରାସ୍ତାରେ ମଧ୍ୟ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ବାଲେଶ୍ୱର ଆଡ଼ୁ ଏକ ଦେଶୀମଦ ବୋଝେଇ ପିକଅପ ଭ୍ୟାନ ନିମିକ ରାସ୍ତାରରେ ପେଟ୍ରୋଲିଂ କରୁଥିବା ସମୟରେ ଅବକାରୀ ଟିମ ହାବୁଡ଼ରେ ପଡ଼ିଥିଲା । ସେଥିରେ ଯାଞ୍ଚ କରିବାରୁ ବିପୁଳ ପରିମାରରେ ଦେଶୀ ମଦ ମିଳିଥିଲା । ଫଳରେ ଗାଡ଼ି ମାଲିକ ତଥା ଜନ୍ମଜୟକୁ ଗିରଫ କରି କୋର୍ଟ ଚାଲାଣ କରି ଥିଲେ । ଏନେଇ ସଦର ଥାନାରେ ୯୨/୨୦ରେ ଏକ ମାମଲା ରୁଜୁ କରି ଜନ୍ମଜୟକୁ କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଏଥିରେ ଏସଆଇ କୁଳମଣି ମହାରଣା ମହାରଣାଙ୍କର ତତ୍ୱାବଧାନତାରେ କନେଷ୍ଟବଳ ରାମଚନ୍ଦ୍ର ମହାନ୍ତି, ପ୍ରହଲ୍ଲାଦ ବିଶ୍ୱାଳ, ପ୍ରଭାସ ମହାନ୍ତି, ସନ୍ତୋଷ ବେହେରା, ଧିରେନ୍ଦ୍ର ସିଂ, ମୀନତୀ ପରିଡ଼ା, ନୋହାନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.