Home ଆନ୍ତର୍ଜାତୀୟ ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ

ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ

198

– ଭୁଡିଭୋକ୍ଟୋକ ଏବଂ ପାରାଦୀପ ସହର ଭଲ ସହଯୋଗୀ ବନ୍ଦର ହୋଇପାରିବେ
– ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ କ୍ଲାଡିଭୋସ୍କୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ
– ଭାରତରେ କୋକିଂ କୋଲର ଚାହିଦାକୁ ପୂରଣ କରିବ ଋଷ
– ଋଷିଆନ ରେଳର ଉପମୁଖ୍ୟଙ୍କୁ ଭେଟି କୋକିଂ କୋଲ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ ଆଲୋଚନା
– ଋଷର ଉପମନ୍ତ୍ରୀଙ୍କ ସହ ଦୁଇ ଦେଶର ଉର୍ଜା ସହଯୋଗକୁ ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ
– ଭୋଣ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା
– ଘରୋଇ ଇସ୍ପାତ ଉଦ୍ୟୋଗରେ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା
– ଆରଓଏସଜିଇଓର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ କ୍ଷେତ୍ର ଉପରେ ଆଲୋଚନା

ରଷ/ନୂଆଦିଲ୍ଲୀ/ ଭୁବନେଶ୍ବର, ଅକ୍ଟୋବର ୨୪ (ଓଡ଼ିଆ ପୁଅ) – ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷ ଓ ଓଡିଶା ମଧ୍ୟରେ ସିଧାସିଧା ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ପଦକ୍ଷେପ ନେଇଛନ୍ତି। ଋଷର ଭୁଡିଭୋଷ୍ଟାକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ। ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ ଭୁଡିଭୋଣ୍ଡୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ। ଯଦ୍ବାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ ବୋଲି ରଷର ଡେଭଜଡା ଜାହାଜ ଶିଳ୍ପ ପରିଦର୍ଶନ କରିବା ପରେ ରୋଜନେଟର ସିଇଓଙ୍କ ସହ ସାକ୍ଷାତ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ସେହିପରି କୋଇଲା କ୍ଷେତ୍ରରେ ରଷ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ ବୋଲି ପାଂଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ରଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି।

ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ବିତୀୟ ଦିନରେ ଋଷର ପୂର୍ବାଂଚଳ ଏବଂ ଆର୍କୋଟିକ୍‌ର ବିକାଶ ପାଇଁ ଦାୟିତ୍ବ ନେଇଥିବା ରଷର ପ୍ରଥମ ଉପମନ୍ତ୍ରୀ ସଙ୍ଗେ ତୃସେଭଙ୍କ ସହ ଭାରତ ଏବଂ ରଷ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବରେ କୋକିଂ କୋଲ୍ ଏବଂ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ବାରୋପ କରିଥିଲେ। ଋଷିଆନ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରଷିଆନ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ରଷିଆନ ରେଳ ଯାତ୍ରୀଙ୍କ ଭିଡକୁ କମ୍ କରିବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତମ ସଂଯୋଗ ସ୍ଥାପନ ପାଇଁ ୨୦୨୦ ସୁଦ୍ଧା ଆବଶ୍ୟକୀୟ ଭିତିଭୂମି ପୂରଣ କରିବ। ଭୋଣ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ସାକ୍ଷାତ୍‌କାଳରେ ଶ୍ରୀ ପ୍ରଧାନ ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ।

ସେହିପରି ଶ୍ରୀ ପ୍ରଧାନ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ କମ୍ପାନୀ (ଆରଓ ଏସଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ ଏବଂ ମୂଲ୍ୟବାନ ଧାତୁ ତଥା ଲିଥିୟମ କ୍ଷେତ୍ର ଉପରେ ଆଲୋଚନା କରିଥିଲେ ସେହିପରି ଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳି ଓ କୋଇଲା କମ୍ପାନୀ ଋଷର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ଉପରେ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ ଯେ, ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳିଙ୍କ ମଧ୍ୟରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କଶ ରାୟ, ଓଏନଜିସିର ସିଏମଡି, ସେଲର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.