Home କଳାହାଣ୍ଡି କଳାହାଣ୍ଡିରେ ବେଆଇନ ପଥର ମାପିଆଙ୍କ ରାଜ, ଶ୍ରମିକ ଅକର୍ମଣ୍ୟ, ପ୍ରଭାବଶାଳୀ ଙ୍କ ଛତ୍ରଛାୟାରେ ମାଫିଆ

କଳାହାଣ୍ଡିରେ ବେଆଇନ ପଥର ମାପିଆଙ୍କ ରାଜ, ଶ୍ରମିକ ଅକର୍ମଣ୍ୟ, ପ୍ରଭାବଶାଳୀ ଙ୍କ ଛତ୍ରଛାୟାରେ ମାଫିଆ

48

କଳାହାଣ୍ଡି, ତା.୨୪.୦୩.୨୦୨୧ ( ଓଡିଆପୁଅ) କଳାହାଣ୍ଡିରେ ବେଆଇନ ଭାବେ ଲଘୁ ପଥର ଚାଲାଣ କରାଯାଇ କୋଟୀ କୋଟୀ ଟଙ୍କାର ସରକାରୀ ରାଜସ୍ୱ  ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି । ବିଗତ ଦିନରେ ଏକ ରାସ୍ତା ନିର୍ମାଣ କମ୍ପାନୀ ଜୁନାଗଡ ବ୍ଲକର ଏକ ପାହାଡକୁ ଲିଜ ନେଇ ମାତ୍ରାଧିକ  ପଥର  ବେଆଇନ ଭାବେ ଖନନ କରି ସେହି ପାହାଡକୁ ଏକ ବିରାଟ ପୋଖରୀ କରିଦେଇଥିବା ବେଳେ ପ୍ରଶାସନିକ ସ୍ତରରେ ଧରପଗଡ ହେବାପରେ ଆଠ କୋଟୀରୁ ଉର୍ଦ୍ଧ୍ୱ ଟଙ୍କା ରୟାଲଟୀ ଡିପୋଜିଟ କରିବା ପାଇଁ ସଂପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।
ଗୋଲାମୁଣ୍ଡା ବ୍ଲକ ଅଂଚଳରେ ଥିବା ଏକ ପଥର କ୍ରସର ଦ୍ୱାରା ବିନା କାଗଜପତ୍ରରେ ଲାଖଡଙ୍ଗରୀ ପାହାଡରେ  ବେଆଇନ ଭାବେ ପଥର ଖନନ କରାଯାଇ ସଂପୃକ୍ତ କ୍ରସର ମାଲିକ ଲାଭବାନ ହେଉଥିବା ବେଳେ ସରକାରୀ ରୟାଲଟି ହାନି ହେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ସେଠାରେ  ପଥର ବ୍ଲାଷ୍ଟିଂ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକ ଦୁର୍ବଳ ଗଏଁତା ର ଗୋଡ କଟିଯାଇ ଅକର୍ମଣ୍ୟ ହୋଇଯାଇଥିବା ଜଣାପଡିଛି । ଗୋଲାମୁଣ୍ଡା ତହସିଲ ପକ୍ଷରୁ ଏହି ଲାଖଡଙ୍ଗରୀ ପାହାଡକୁ ଲିଜ ଦିଆଯାଇନଥିବା ଜଣାପଡିଛି ।
କୋକସରା  ତହସିଲ ଅଂଚଳରେ ଥିବା ପଥର ଖାଦାନ ଗୁଡିକ ଉପରେ ପଥର ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡିଥିବା ସାଧାରଣରେ ଅଭିଯୋଗ ହେଉଛି ।କାଶୀବାହାଲ ମୌଜାର ଏକ ନମ୍ବର ପ୍ଲଟ ଡୋକରୀ ଡଙ୍ଗର ର ପଥର ଖନନ ପାଇଁ କୋକସରା ତହସିଲ ପକ୍ଷରୁ କୌଣସି ଲିଜ ପ୍ରଦାନ କରାଯାଇନଥିବା ବେଳେ ଡୋକରୀ ଡଙ୍ଗର ରୁ ବ୍ୟାପକ ପଥର ଖନନ କରାଯାଇଥିବା ଦେଖାଯାଉଛି । ଏହି ପାହାଡ ଉପରେ ସେହି ଅଂଚଳର ଅଧିଷ୍ଠାତ୍ରୀ ଦେବୀ ଡୋକରୀ ଦେବୀ ବିରାଜମାନ କରୁଥିବା ହେତୁ ସେହି ଅଂଚଳର ଜନସାଧାରଣଙ୍କ ଭାବାବେଗ ସଂଶ୍ଲିଷ୍ଟ ରହିଥିଲେ ହେଁ ପଥର ମାଫିଆ ମାନେ ସେହି ଡୋକରୀ ଡଙ୍ଗର ପାହାଡକୁ ଖୋଳ କରିସାରିଲେଣି । ତହସିଲ ପକ୍ଷରୁ ସେଥିପ୍ରତି  ପଦକ୍ଷେପ ନିଆଯାଇ ନଥିବା ଜଣାପଡିଛି । ସେହିପରି ଜଲତାମୁଣ୍ଡା ଠାରେଥିବା ଏକ ପଥର ଖାଦାନରେ ନିକଟସ୍ଥ ଜୟପାଟଣା ତହସିଲ ଅଂଚଳର ଏକ କ୍ରସର ଦ୍ୱାରା ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରାଯାଉଥିବା ନେଇ କୋକସରା ତହସିଲଦାର ତାଗିଦ କରିଥିବା ଜଣାପଡିଛି ।  କୋକସରା ତହସିଲ ଅଧିନରେ ଜାଲିଆତି ବେଆଇନ ଜମି ଦଲିଲ ମାଧ୍ୟମରେ ଏକ ପଥର କ୍ରସର ସ୍ଥାପନ କରାଯାଇଥିବା ଅଭିଯୋଗ ତଦନ୍ତ  ସାପେକ୍ଷ ।
ସେହିପରି ଜୟପାଟଣା ତହସିଲ ଅଧିନରେ ବ୍ୟାପକ ଭାବେ ବେଆଇନ ପଥର ଖନନ କରାଯାଉଥିବା ଅଭିଯୋଗ ହେଉଛି ।  ରଣମାଲ, ମତୁଆଲଗୁଡା, ଜଳତାମୁଣ୍ଡା ଅଂଚଳରେ ବ୍ୟାପକ ଭାବେ କ୍ରସର ଜନିତ ଚାଷ କ୍ଷୟକ୍ଷତି ହେଉଥିବା ଚାଷି ମହଲରେ ଅଭିଯୋଗ ହେଉଥିଲେହେଁ ସେସବୁ ଅଂଚଳରେ କିପରି ବାବେ ପରବେଶ ସୁର୩ା ଜେଉଚି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଜୟପାଟଣା ତହସିଲ ଅନ୍ତର୍ଗତ ଭୂର୍ଷିଗୁଡା ମୌଜାର ପ୍ଲଟ ନଂ.୯୪ ଲାଣ୍ଡିମୁଣ୍ଡି ଡଙ୍ଗର ରେ ତହସିଲ ପକ୍ଷରୁ ପଥର ଖନନ ପାଇଁ କୌଣସି ଲିଜ ଦିଆଯାଇନଥିବା ବେଳେ ସେଠାରେ ଗତ ୨୦୧୯ ଅକ୍ଟୋବର ମାସରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା ।  ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ସେହି ଘଟନାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ କ୍ରସର ମାଲିକ ପାଖରେ ସେହିଦିନ କୌଣସି ବ୍ଲାଷ୍ଟିଂ ଲାଇସେନ୍ସ ନଥିବା ଏବଂ ଆବଶ୍ୟକୀୟ କର୍ମଚାରୀ ନଥିବା ଜଣାପଡିଛି । ଅନ୍ୟପକ୍ଷରେ ସେହି ବ୍ଲାଷ୍ଟିଂ ସଂକ୍ରାନ୍ତୀୟ ଜୟପାଟଣା ଥାନା କେଶ ନଂ.୨୭୨/୨୦୧୯ ଅନୁସାରେ ପୋଲିସ ତରଫରୁ ସିଜ କରାଯାଇଥିବା ସାମଗ୍ରୀକୁ ବ୍ରହ୍ମପୁର ଲାବୋରେଟୋରୀରେ ପରୀକ୍ଷା କରାଯାଇ ସେହି ସାମଗ୍ରୀ ଦ୍ୱାରା ବିସ୍ଫୋରଣ  ମନୁଷ୍ୟ ଜୀବନ ପ୍ରତି ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ମତାମତ ଦିଆଯାଇଛି । ଏସବୁ ସତ୍ୱେ ସଂପୃକ୍ତ ଅଭିଯୁକ୍ତ ମାନେ ଆର୍ôଥକ ଓ ରାଜନୌତିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାତଳେ ରହି ଉକ୍ତ କେଶ ଗୁଡିକୁ  ରଫାଦଫା କରିଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।  ଏଭଲି ଭାବେ ପଥର ମାଫିଆ ମାନେ ନିଜ ପ୍ରତିପତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାତଳେ ରହି ବେଆଇନ କାରବାର ଚାଲିଥିବା ତେବେ ସରକାରୀ ରାଜସ୍ୱ ହାନି ହେବାସହିତ ଜନସାଧାରଣରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାର ଏସବୁ ପଥର ଖାଦାନ ଗୁଡିକର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧି ଜୀବି ମହଲରେ ମତପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.