Home Coronavirus Outbreak ଦିନ ମଜୁରିଆଙ୍କ ମଜୁରି ସଂପର୍କିତ ସମସ୍ୟାର ସମାଧାନ ପାଇଁ ୨୦ଟି କଣ୍ଟ୍ରୋଲ ରୁମ୍‌ ସ୍ଥାପିତ

ଦିନ ମଜୁରିଆଙ୍କ ମଜୁରି ସଂପର୍କିତ ସମସ୍ୟାର ସମାଧାନ ପାଇଁ ୨୦ଟି କଣ୍ଟ୍ରୋଲ ରୁମ୍‌ ସ୍ଥାପିତ

420

ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ଭାରତରେ ଉତ୍ପନ୍ନ ପରିସ୍ଥିତି ଯୋଗୁ ଦିନ ମଜୁରିଆମାନଙ୍କ ମଜୁରି ସଂପର୍କିତ ସମସ୍ୟାର ସମାଧାନ ସକାଶେ ମୁଖ୍ୟ ଶ୍ରମ କମିଶନ (ସିଏଲସି) (ସି) ଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦ଟି କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି। ଏହିସବୁ କଣ୍ଟ୍ରୋଲ୍‌ ରୁମ୍‌ ନିମ୍ନଲିଖିତ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି।

କ) କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଜୁରି ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ;

ଖ) ଦାଦନ ଶ୍ରମିକମାନଙ୍କର ସମାଧାନ ଯାହାକି ବିଭିନ୍ନ ରାଜ୍ୟ ସରକାରମାନଙ୍କ ସହ ସହଯୋଗ ମାଧ୍ୟମରେ କରାଯିବ।

ଏଭଳି କଲ୍‌ ସେଣ୍ଟରଗୁଡ଼ିକ ସହ ଫୋନ୍‌ ନମ୍ବର, ହ୍ୱାଟ୍ସ ଆପ୍‌ ଏବଂ ଇମେଲ୍‌ ମାଧ୍ୟମରେ ଶ୍ରମିକମାନେ ଯୋଗାଯୋଗ କରିପାରିବେ। ସେହିସବୁ କଣ୍ଟ୍ରୋଲ୍‌ ରୁମ୍‌ ସଂପୃକ୍ତ କ୍ଷେତ୍ରର ଶ୍ରମ ଏନଫୋର୍ସମେଣ୍ଟ ଅଧିକାରୀ, ସହକାରୀ ଶ୍ରମ କମିଶନର, ଆଞ୍ଚଳିକ ଶ୍ରମ କମିଶନର, ଡ଼େପୁଟି ଶ୍ରମ କମିଶନରମାନଙ୍କ ଦ୍ୱାରା ପରିଚାଳିତ ହେବ। ସମସ୍ତ ୨୦ଟି ଯାକ କଲ୍‌ ସେଣ୍ଟରର କାର୍ଯ୍ୟାବଳୀ ମୁଖ୍ୟାଳୟଠାରେ ଦୈନିକ ଭିତ୍ତିରେ ମୁଖ୍ୟ ଶ୍ରମ ଆୟୁକ୍ତ (ସି)ଙ୍କ ଦ୍ୱାରା ମନିଟର ଓ ସୁପରଭାଇଜ୍‌ କରାଯିବ।

ସେଥି ନିମନ୍ତେ ସଂପୃକ୍ତ ଅଧିକାରୀ/ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଶ୍ରମିକମାନଙ୍କ ପ୍ରତି ମାନବୀୟ ଆଭିମୁଖ୍ୟ ପ୍ରଦର୍ଶନ କରି ସେମାନଙ୍କ ସମସ୍ୟାବଳୀ ପ୍ରତି ଧ୍ୟାନ ଦେବେ ତଥା ସର୍ବାଧିକ ମାତ୍ରାରେ ସେସବୁର ସମାଧାନ ଯଥାଶୀଘ୍ର କରିବେ ଯାହା ଫଳରେ ସେମାନେ ଉପଶମ ପାଇପାରିବେ।

କ୍ଷେତ୍ର ଆଧାରରେ ଅଧିକାରୀ/ କର୍ମଚାରୀମାନଙ୍କ ବିସ୍ତୃତ ବିବରଣୀ “ୱାର୍କର୍ସ ହେଲ୍ପଲାଇନ” ନମ୍ବର ଓ ଇମେଲ୍‌ ତଥା ଅଧିକାରୀମାନଙ୍କ ସୂଚନା ନିମ୍ନରେ ପ୍ରଦତ୍ତ ପରିଶିଷ୍ଟରେ ପ୍ରଦାନ କରାଯାଇଛି।
http://164.100.117.97/WriteReadData/userfiles/Control.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.