Home Coronavirus Outbreak ପୁଣି କରୋନା ନେଲା ଆଉ ଏକ ମୁଣ୍ଡ – ମୃତ୍ୟୁସଂଖ୍ୟା ୧୫

ପୁଣି କରୋନା ନେଲା ଆଉ ଏକ ମୁଣ୍ଡ – ମୃତ୍ୟୁସଂଖ୍ୟା ୧୫

379

ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ପୁଣି କରୋନା ନେଲା ରାଜ୍ୟରେ ଆଉ ଏକ ମୁଣ୍ଡ। ଏହା ପରେ ମୃତ୍ୟୁସଂଖ୍ୟା ୧୫ ରେ ପହଁଚିଛି। ତେବେ ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ମୟୁରଭଞ୍ଜର ୬୦ ବର୍ଷିୟ କୋଭିଡ୍ ପଜିଟିଭ୍ ରୋଗୀ ଯିଏ କର୍କଟରେ ପୀଡିତ ଥିଲେ, କର୍କଟ ଅସ୍ତ୍ରୋପଚାର ପରେ ଜଟିଳତା କରାଣରୁ ତାଙ୍କର ଦେହାନ୍ତ ହୋଇଛି।
ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟଯେ, ରାଜ୍ୟରେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ କରୋନା ନେଇଛି ଦୁଇ ଜଣଙ୍କର ମୁଣ୍ଡ। ଏବଂ ଅନ୍ୟ କରାଣରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୪ ଅନ୍ୟ କାରଣରୁ ୫ ରେ ପହଁଚିଛି।

ଆଜି ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧- ଖୋର୍ଦ୍ଦା ଜିଲ୍ଲା : ୧୬

୨- ନୟାଗଡ଼ ଜିଲ୍ଲା: ୧୩

୩- ବାଲେଶ୍ୱର ଜିଲ୍ଲା: ୧୩

୪- କଟକ ଜିଲ୍ଲା: ୨୦

୫- ଜଗତସିଂହପୁର ଜିଲ୍ଲା: ୧

୬- ଅନୁଗୁଳ ଜିଲ୍ଲା: ୧

୭- ଢେଙ୍କାନାଳ ଜିଲ୍ଲା: ୩

୮- ଭଦ୍ରକ ଜିଲ୍ଲା: ୪

୯- କଳାହାଣ୍ଡି ଜିଲ୍ଲା: ୬

୧୦- କେନ୍ଦୁଝର ଜିଲ୍ଲା: ୨

୧୧- ଗଞ୍ଜାମ ଜିଲ୍ଲା: ୩୨

୧୨- ସୁନ୍ଦରଗଡ଼ ଜିଲ୍ଲା: ୧୨

୧୩- କେନ୍ଦ୍ରାପଡ଼ା ଜିଲ୍ଲା: ୧୦

୧୪- ଝାରସୁଗୁଡ଼ା ଜିଲ୍ଲା: ୧

୧୫- ବରଗଡ଼ ଜିଲ୍ଲା : ୧

୧୬- ବଲାଙ୍ଗୀର ଜିଲ୍ଲା : ୧

୧୭- ସମ୍ବଲପୁର ଜିଲ୍ଲା: ୫

୧୮-NDRF କର୍ମଚାରୀ: ୨
ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ହୋଇଛି।

ଆଜି ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ କୁ ବୃଦ୍ଧି ପାଇଛି। ୩୭୨୦ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୨୭୮୬୦ ହୋଇଛି। କରୋନା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ୧୫୬୨ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.