Home ଜିଲ୍ଲା ପରିକ୍ରମା କ୍ଳବ ଯଯାତିର ସଙ୍କଳ୍ପ ଦିବସ

କ୍ଳବ ଯଯାତିର ସଙ୍କଳ୍ପ ଦିବସ

139

ଭୁବନେଶ୍ୱର/ଯାଜପୁର୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ସ୍ଥିତ କ୍ଳବ ଦି ଯଯାତି ପକ୍ଷରୁ ଗାନ୍ଧି ଜୟନ୍ତୀ ଅବସରରେ ସଙ୍କଳ୍ପ ଦିବସ ପାଳିତ ହୋଇଛି । କ୍ଲବର ସଭାପତି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସମ୍ମାନୀତ ଅତିଥିଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡାଇ, ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ବିଜେଡି ବ୍ଲକ ସଭାପତି ଭକ୍ତବତ୍ସଳ ସ୍ୱାଇଁ, ସମାଜସେବୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସଙ୍କ ଦ୍ୱାରା କ୍ଳବର ୨ଶହ ସଦସ୍ୟଙ୍କୁ ପଂଚ ସୂତ୍ରୀ ମନ୍ତ୍ର ମୁ ଅହିଂସା ନିତୀରେ କାର‌୍ୟ୍ୟ କରିବି, ମୁଁ ପରିବେଶର ସୁରକ୍ଷା କରିବି, ମୁଁ ବର୍ଷକୁ ଥରେ ରକ୍ତଦାନ କରିବି, ମୁଁ ରାଷ୍ଟ୍ରର ହିତପାଇଁ ଦୈନିକ ଘଂଟାଏ ପରିଶ୍ରମ କରିବ. ମୁଁ ମୋ ଅଂଚଳରୁ ଦାରିଦ୍ର ଦୂରିକରଣ କରିବି ଆଦି ଶପଥ ପାଠ କରାଯାଇଥିଲା । କୋରାଇ ବିକାଶ କ୍ଷେତ୍ରରେ ଉଭୟ ବିଧାୟକ କାର‌୍ୟ୍ୟକରିବା ସହ ପାଂଚ ବର୍ଷ ମଧ୍ୟରେ ୨୦ ବର୍ଷର କାର‌୍ୟ୍ୟ ପୁରଣ କରିବା ଓ କ୍ଳବର ଦାବି ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଅଶୋକ ଦାସଙ୍କ ଦ୍ୱାରା ଘୋଷିତ ପାଣିକୋଇଲିକୁ ଯଯାତି ନଗର କରିବା ଦିଗରେ ସମସ୍ତ କାର‌୍ୟ୍ୟ ହେବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ସମ୍ପାଦକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଭାଗବତ ପାରାୟଣ ପ୍ରବଚକ ପଣ୍ଡିତ ବସନ୍ତ କୁମାର ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ଏହି କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.