Home ଅପରାଧ ବଡ଼ବିଲ: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ  

ବଡ଼ବିଲ: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ  

136

ବଡ଼ବିଲ, ତା ୦୨ ଅକ୍ଟୋବର(ଓଡିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଅନ୍ତର୍ଗତ ନାଲଦା ରାଜ୍ୟ ରାଜପଥର ମା’ ମଙ୍ଗଳା ପେଟ୍ରୋଲ ପମ୍ପ୍ ନିକଟରେ ଅଜଣା ଗାଡ଼ି ମାଡ଼ିଯାଇ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ମାଟକାମବେଡ଼ା ଅଞ୍ଚଳର ଇନ୍ଦ୍ରଜିତ କେଇନ୍ଥ ଓରଫ୍ ପପୁ(୫୫) ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ନୋ ଏଣ୍ଟ୍ରି ଖୋଲିବା ପରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି । ଦୁର୍ଘଟଣାର ଶିକାର ଇନ୍ଦ୍ରଜିତ ରାସ୍ତାର ଏକ ପାର୍ଶ୍ୱରେ ଚାଲିଚାଲି ଯାଉଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେବା ସହ ମାଡ଼ି ଚାଲିଯାଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାର ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏଥିସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ବଡ଼ବିଲ ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.