Home ଜିଲ୍ଲା ପରିକ୍ରମା ବୟସ୍କମାନେ ନିଜର ମାନସିକତାର ପରିବର୍ତନ କରିବା ଉଚିତ

ବୟସ୍କମାନେ ନିଜର ମାନସିକତାର ପରିବର୍ତନ କରିବା ଉଚିତ

142

ଭୁବନେଶ୍ୱର/ଯାଜପୁର୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବୟସ୍କ ଏକ ଶବ୍ଦକୋଷ । ବୟସ୍କମାନେ ଅଲୋଡା ନୁହଁନ୍ତି । ସେମାନେ ଦୀର୍ଘବର୍ଷର ଅଭିଜ୍ଞ । ସବୁ ସମୟପାଇଁ ସେମାନେ ଆମର ପୂଜ୍ୟନୀୟ, ତେଣୁ ସମାଜରେ ତାଙ୍କୁ ଉପଯୁକ୍ତ ମର୍ଯ୍ୟଦା ମିଳିବା ଉଚିତ; ହେଲେ ନିଜକୁ ନ୍ୟୁନତା ନଭାବି ସେମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନଦେଲ କୌଣସି କୁମାନସିକା କି ଅବସାଦ ରହିବ ନାହିଁ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନନ୍ଦକିଶୋର ସିଂହ ପଲ୍ଲୀବିକାଶ ସାଂସ୍କୃତିକ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ବୟସ୍କ ଦିବସ ଉତ୍ସବ ଅବତ୍ସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କୋରାଇ ସ୍ଥିତ କାହ୍ନୁଚରଣ ମହାବିଦ୍ୟାଳୟ ପରିସରରେ ଆଲାଚନା ଚକ୍ର ‘ବୟସ୍କ ପାଇଁ ସମାଜର କର୍ତବ୍ୟ’ ଓ ସମ୍ବର୍ଦ୍ଧନାସଭା ଫାଉଣ୍ଡେସନର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଂପାଦକ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଂଟିଆ ଫାଉଣ୍ଡସନର ଆଭିମୁଖ୍ୟ ସଂପର୍କରେ ସୂଚନାଦେବା ସହ ମଂଚପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷକୁମାର ମିଶ୍ର ଯୋଗଦେଇ ଆମେ ଗୁରଜନ ତଥା ବୟସ୍କଙ୍କ ପ୍ରତି ଭକ୍ତି ପୂର୍ବକ କର୍ତବ୍ୟ ପାଳନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶିବଚରଣ ମାଝୀ, ସମ୍ମାନିତ ଅତିଥିôଭାବେ କାହହ୍ନୁଚରଣ(ଜୁନିୟର)ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହଚରଣ ଦଳାଇ, ଅଧ୍ୟାପକ ଉମାକାନ୍ତ ଖଣ୍ଡାଇ, ପୂର୍ବତନ ସରପଂଚ ଦମୋଦର ଦୁବେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଯୁଗଳକିଶୋର ମିଶ୍ର ପବିତ୍ର ମନ୍ତ୍ର ଉଚାରଣ ଓ ଗାନ୍ଧୀ ନାଟକ (୫ମି.) ପରିବେଷଣ କରାଯାଇଥିଲା । ଡ଼ିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ. ମୋହାନଚରଣ ଖୁଂଟିଆ ସ୍ୱାଗତ ଅଭାଷଣ ପ୍ରଦାନ କରିଥିଲା ବେଳେ ସଂସଦର କାର୍ଯ୍ୟକାରୀ ସଂପାଦକ ଦୟାନିଧି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଲାଗି ବିଶିଷ୍ଟ ଶିକ୍ଷାବିତ ମଦନମୋହନ କର ଓ ବିଶିଷ୍ଟ ଗୀତିକବି ଅଭିରାମ ସାହୁଙ୍କୁ ଚଳିତ ବର୍ଷର ବୟସ୍କ ଦିବସ ସମ୍ମାନ ପ୍ରାଦାନ ପୂର୍ବକ ପୁଷ୍ପଗୁଚ୍ଛ ସହ ଅଙ୍ଗବସ୍ତ୍ର ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନକରିଥିବା ସ୍ମରଣିକା ମାଝୀ, ଅର୍ଚ୍ଚିତା ପ୍ରିୟଦଶିନୀ ସାହୁ, ବିଶ୍ୱବନ୍ଦନା ପରିଡା, ନାଜିଆ ସୁଲତାନା, ସତ୍ୟଜିତ ସାହୁ, ଅମ୍ବିକା ସାହୁ, ଶ୍ୱସ୍ତିକକୁମାର ସିଂହ ଓ ସାହିସିକତା ସମ୍ମାନ ଛାତ୍ର ସେକ ତସିପଫ ରାଜା, ଓ ସାହେବ ଅକ୍ତର ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣକୁ ଅଧ୍ୟାପିକା ସରିତା ପୃଷ୍ଟି, ବାଇଧରମାଝୀ ଓ ଅକ୍ଷୟକୁମାର ବାରିକ ପରିଚାଳନାକରିଥିଲା ବେଳେ ସହସଂପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ନବଘନ ସ୍ୱାଇଁ, ଭୁବନମୋହନ ମହାନ୍ତି, ପ୍ରଦୀପକୁମାର ଦାସ, ସୁବାସ ଧଳ, ମଧୁସୂଦନ ମହାପାତ୍ର ପ୍ରମୁଖ ସହଯୋଗିତା କରିଥିଲେ । ସଭାପ୍ରାରମ୍ଭରେ ନିକଟରେ ବିୟୋଗ ଘଟିଥିବା ଦିବଂଗତ ଗୀତିକବି ଅନ୍ନପୂର୍ଣ୍ଣା ନନ୍ଦଙ୍କ ନିମନ୍ତେ ଶୋକବ୍ୟକ୍ତ କରାଯାଇଥିଲା ବେଳେ ଶେଷରେ ଫାଉଣ୍ଡେସନର ଟ୍ରଷ୍ଟିସଦସ୍ୟ ଡକ୍ଟର ଅଶୋକ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.