Home ଜିଲ୍ଲା ପରିକ୍ରମା ସରକାରୀ କର୍ମଚାରୀଙ୍କ ଠାରୁ ଅନ୍ୟ ଦୁଇଜଣ ସରକାରୀ କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ...

ସରକାରୀ କର୍ମଚାରୀଙ୍କ ଠାରୁ ଅନ୍ୟ ଦୁଇଜଣ ସରକାରୀ କର୍ମଚାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ

266

ବଲାଙ୍ଗୀର, ୬/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ଆଉ ଦୁଇଜଣ କର୍ମଚାରୀମାନେ ଲାଞ୍ଚନେବା ବେଳେ ଭିଜଲାନ୍ସ ହାତରେ ବନ୍ଧା ହେଲେ ଦୁଇ ଲାଞ୍ଚୁଆ କିରାଣୀ। ଏପରି ଏକ ଘଟଣା ସାମ୍ନାକୁ ଆସିଛି, ପ୍ରକାଶ ଯେ, ଜମିଜମା ପଟ୍ଟା ବାବଦକୁ ଲାଞ୍ଚ ନେବା ଅଭିଯୋଗରେ ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ ଜଣେ କିରାଣୀ। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କଠାରୁ ଜମିଜମା ପଟ୍ଟା ବାବଦକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଗଲପୁର ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ ଓ ତହସିଲ ଅଫିସର ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ର, ଦୀର୍ଘ ୬ ମାସ ହେଲା ଜମି ପଟ୍ଟା କରେଇ ଦେବା ପାଇଁ ସନ୍ତୋଷ ନାଗଙ୍କୁ ହଇରାଣ କରୁଥିଲେ ମୁଖ୍ୟ କିରାଣୀ ବିକାଶ ଭୋଇ। ଏଥିପାଇଁ କିରାଣୀ ଜଣକ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ସନ୍ତୋଷ। ଗୁରୁବାରଦିନ ପୁର୍ବ ଯୋଜନା ମୁତାବକ ୬ ହଜାର ଟଙ୍କା ମୁଖ୍ୟ କିରାଣୀ ବିକାଶ ଭୋଇଙ୍କୁ ସନ୍ତୋଷ ଦେବାରୁ କିରାଣୀ ଜଣକ ନିଜେ ଟଙ୍କା ନନେଇ ସିନିଅର ରେଭନ୍ୟୁ ଆସିଷ୍ଟାଣ୍ଟ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେଇ ଦେବାକୁ କହିଥିଲେ। ଚନ୍ଦ୍ରଶେଖର ଟଙ୍କା ଗ୍ରହଣ କରିବା ସମୟରେ ଉଭୟଙ୍କୁ କାବୁ କରିଥିଲା ଭିଜିଲାନ୍ସ ବିଭାଗ। ଦୁଇ ଜଣଙ୍କୁ ଗିରଫ କରି ଭିଜିଲାନ୍ସ ବିଭାଗ କୋର୍ଟ ଚାଲାଣ କରିଛି। ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ତହସିଲର ମୁଖ୍ୟ କିରାଣୀ ବିକାଶ ଭୋଇ। ସେପଟେ ଗିରଫ ଉଭୟଙ୍କ ଘରକୁ ଚଢଉ ଜାରି ରଖିଛି ଭିଜିଲାନସର ମିଳିତ ଟିମ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଓ ଅବସରପ୍ରାପ୍ତ ପିଅନ ଲାଞ୍ଚନେବା ବେଳେ ଭିଜଲାନ୍ସ ହାତରେ ଧରାପଡିବା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.