ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ବରଗଡ ଜିଲ୍ଲାର ୩ ଜଣ
ବୌଦ୍ଧ ଜିଲ୍ଲାର ଜଣେ
ଭୁବନେଶ୍ୱରର ୪ ଜଣ
ଢେଙ୍କାନାଳ ଜିଲ୍ଲାର ଜଣେ
କଳାହାଣ୍ଡି ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ୩ ଜଣ
ସୁନ୍ଦରଗଡ ଜିଲ୍ଲାର ୪ ଜଣ
ମୃତକଙ୍କ ବିଷୟରେ –
୧- ବରଗଡ ଜିଲ୍ଲାର ଜଣେ ୩୩ ବର୍ଷ ବୟସ୍କ ପୁରୁଷ।
୨- ବରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୩- ବରଗଡ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।
୪- ବୌଦ୍ଧ ଜିଲ୍ଲାର ୧୨ ବର୍ଷର ବାଳିକା।
୫- ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ।
୬- ଭୁବନେଶ୍ୱରର ୧୦୨ ବର୍ଷ ବୟସ୍କା ମହିଳା।
୭- ଭୁବନେଶ୍ୱରର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ମେଲିଟସ୍, CVA ସହିତ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୮- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗରେ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ସେ CABG କରିଥିଲେ।
୯- ଢ଼େଙ୍କାନାଳ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।
୧୦- କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୧- ସମ୍ବଲପୁର ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ କି ଓରାଲ୍ କର୍କଟରେ ପୀଡିତ ଥିଲେ।
୧୨- ସମ୍ବଲପୁର ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।
୧୩- ସମ୍ବଲପୁର ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।
୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏକି CKD ରେ ପୀଡିତ ଥିଲେ।
୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କା ମହିଳା।
୧୬- ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୧୭- ସୁନ୍ଦରଗଡ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ।