Home Coronavirus Outbreak ଭଲଖବର – ରାଜ୍ୟରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

ଭଲଖବର – ରାଜ୍ୟରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

272

ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୧୨ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୩୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ, ୧୬ ଜଣ ବଲାଙ୍ଗୀର ଜିଲ୍ଲାରୁ, ୧୧ ଜଣ ଯାଜପୁର ଜିଲ୍ଲାରୁ, ୧୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ, ୮ ଜଣ ଜଗତସିଂହପୁର ଜିଲ୍ଲାରୁ, ୭ ଜଣ ଗଞ୍ଜାମ ଜିଲ୍ଲାରୁ, ୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଏବଂ ୪ ଜଣ ଲୋଖାଏଁ କଟକ ଜିଲ୍ଲା ଓ ସୋନପୁର ଜିଲ୍ଲାରୁ, ସେହିପରି ୩ ଜଣ ଲୋଖାଏଁ ବାଲେଶ୍ୱର, ପୁରୀ ଜିଲ୍ଲାରୁ, ଏବଂ ସମ୍ବଲପୁର ଜିଲ୍ଲାରୁ, ଦୁଇଜଣ ନୟାଗଡ଼ ଏବଂ ଜଣେ ମୟୁରଭଞ୍ଜ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି।

ତେବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୧୬ ରେ ପହଁଚିଛି ଏବଂ ୧୦୫୫ ଜଣ ସକ୍ରୀୟ ଆକ୍ରାନ୍ତ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.