Home ଓଡ଼ିଶା ୱେବ୍ ଚ୍ୟାନେଲ୍ ପ୍ରତିନିଧି ଙ୍କ ଆତ୍ମହତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌

ୱେବ୍ ଚ୍ୟାନେଲ୍ ପ୍ରତିନିଧି ଙ୍କ ଆତ୍ମହତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌

120

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ସାରା ରାଜ୍ୟରେ ୱେବ୍ ଚ୍ୟାନେଲ୍ ର ସଂଖ୍ୟା ବଢିବାରେ ଲାଗିଛି । ଏହି ଚ୍ୟାନେଲ୍ ର ପ୍ରତିନିଧିମାନେ ସୋସିଆଲ ମିଡିଆରେ ଖବର ଛାଡି ଅନେକ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ରେ । ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳ କାର୍ଯ୍ୟାଳୟ ତରଫରୁ ବାଘ ଶିକାର ମାମଲାରେ କିଛି ପ୍ରିଣ୍ଟ ମିଡିଆ ସାମ୍ବାଦିକ ଓ କିଛି ୱେବ୍ ଚ୍ୟାନେଲ ପ୍ରତିନିଧିଙ୍କ ନାମରେ ମାମଲା ହୋଇଥିବା ଜଣା ପଡିଛି । ଯାହାକୁ ନେଇ ରଣପୁର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଅଧିକ ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାମଲାରେ ଫସାଇବା ପାଇଁ ବନବିଭାଗ ତରଫରୁ ପ୍ରୟାସ ଚାଲିଥିବା ଜଣା ପଡିଛି । ୱେବ ଚ୍ୟାନେଲ୍ ର ଜନୈକ ପ୍ରତିନିଧି ବିଶ୍ୱଜିତ ନାୟକ ଓରଫ୍ ଆକାଶ ଙ୍କ ନାମରେ ମାମଲା ହୋଇଥିବାରୁ ସେ ଭାଙ୍ଗି ପଡିଛନ୍ତି । ସତ୍ୟାସତ୍ୟ ତଦନ୍ତ ପାଇଁ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ, ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ୍‌, ଏକ ବୈଦ୍ୟୁତିକ ଗଣମାଧ୍ୟମ, କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟୁଇଟ୍ କରି ଜଣାଇଛନ୍ତି ।

ତାଙ୍କ ନାମରେ ମାମଲା ତଦନ୍ତ କରି ପ୍ରତ୍ୟାହର କରା ନଗଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି । ଘଟଣାରୁ ପ୍ରକାଶ ଏକ ବାଘ ଶିକାର ମାମଲାରେ ସ୍ନେକ୍ ହେଲ୍ପଲାଇନ୍ ର ସଦସ୍ୟ ଅଜୟ ଦାସଙ୍କୁ ଅଟକ ରଖି ପଚରା ଉଚୁରା କରିବା ସମୟରେ ସେ ବନବିଭାଗରୁ ଫେରାର ହୋଇଯାଇଥିଲେ । କିନ୍ତୁ ଅଜୟଙ୍କ ପରିବାରକୁ ନ ଜଣାଇ ବନବିଭାଗ ଅଜୟଙ୍କୁ ଉଠାଇ ଆଣିଥିବା ଅଭିଯୋଗରେ ଅଜୟଙ୍କ ପରିବାର ଓ ଗ୍ରାମବାସୀ ବନବିଭାଗ ଅଫିସ୍ ଘେରାଉ କରିଥିଲେ । ଏହି ସମୟରେ କିଛି ୱେବ ଚ୍ୟାନେଲ୍ ର ପ୍ରତିନିଧି ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିଲେ । ଖବର ସଂଗ୍ରହକୁ ନେଇ ରଣପୁର ରେଂଜର ଓ ପ୍ରତିନିଧି ମାନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ହୋଇଥିଲା । ବିଶ୍ୱଜିତ୍ ନାୟକଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ମୁଁ ଖବର ସଂଗ୍ରହ ପାଇଁ ଯାଇଥିଲି ରେଂଜର ମହୋଦୟ ମୋ ନାମରେ ମିଥ୍ୟା ମାମଲା କରିଛନ୍ତି । ତଦନ୍ତ କରାଯାଇ ମାମଲା ପ୍ରତ୍ୟାହର କରାନଗଲେ ମୁଁ ଆତ୍ମହତ୍ୟା କରିବି ସେଥିପାଇଁ ବନବିଭାଗ ରେଂଜର ଦାୟୀ ରହିବେ । ଏ ସମ୍ପର୍କେ ରଣପୁର ରଂଜର ସୁବାଷ କୁମାର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଖବର ସଂଗ୍ରହ ପାଇଁ ଆସିଥିବା ପ୍ରତିନିଧିମାନେ ମୋ ପ୍ରତି ଯେଉଁଭଳି ଆକ୍ଷେପ ମୁଳକ ଭାଷା ପ୍ରୟୋଗ କଲେ ତାହା ସମସ୍ତେ ଦେଖିଛନ୍ତି । ତାଙ୍କ ନାମରେ ଯାହା ଅଭିଯୋଗ ଆସିଲା ସେହି ଅନୁସାରେ ମାମଲା ହୋଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.