Home ଅନୁଗୁଳ ସ୍ଵାଧୀନତା ଦିବସରେ କୋରନା ଯୋଦ୍ଧା ସମ୍ମାନିତ

ସ୍ଵାଧୀନତା ଦିବସରେ କୋରନା ଯୋଦ୍ଧା ସମ୍ମାନିତ

70

ପାଳଲହଡ଼ା,୧୭/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ୭୪ତମ ସ୍ଵାଧୀନତା ଦିବସ ଅବସରରେ ପାଳଲହଡା ଶାସନ ସାହି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କୋରନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ସାରା ଦେଶ କୋରନା ମହାମାରୀ ଭୂତାଣୁ ସହ ଲଢେଇ କରୁଥିବା ବେଳେ ଡାକ୍ତରଖାନା କର୍ମଚାରୀ,ପୋଲିସ କର୍ମଚାରୀ,ଅଗ୍ନିଶମ କର୍ମଚାରୀ,ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ସାଧାରଣ ଲୋକଙ୍କ ଜୀବନ ବଞ୍ଚିବା ପାଇଁ ଲଢେଇ କରୁଛନ୍ତି। ପାଳଲହଡ଼ା ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ, ତହସିଲଦାର ଶାଶ୍ୱତ ଦାସ,ଉପଖଣ୍ଡ ଅଗ୍ନିଶମ ଅଧିକାରୀ ଲକ୍ଷ୍ମୀକାନ୍ତ ଦଳେଇ,ଆଶା କର୍ମୀ ଲକ୍ଷ୍ମୀପ୍ରିୟା ମିଶ୍ର,ନମିତା ମହାନ୍ତ, ସାରଥୀ ମହାନ୍ତ,ତରୁଣୀ ମହାନ୍ତ,ପାର୍ବତୀ ପଲେଇ ପ୍ରମୁଖଙ୍କୁ କୋରନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ସମ୍ମାନ ଉତ୍ସବରେ ଶାସନ ସାହି ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଦିବ୍ୟ କିଶୋର ଗଡ଼ନାୟକ,ଉପ ସଭାପତି ନିହାର ରଞ୍ଜନ ସାମଲ,କୋଷାଧ୍ୟକ୍ଷ ବିଶ୍ୱଜିତ ମହାନ୍ତି ଉପସ୍ଥିତ ଥିଲେ। ଶାସନ ସାହି ବରିଷ୍ଠ ସଦସ୍ୟ ରଘୁନନ୍ଦନ ଆଚାର୍ଯ୍ୟ,ଦୁର୍ଯ୍ୟୋଧନ ଗଡ଼ନାୟକ,ସତ୍ୟନାରାୟଣ ବୋଷ,ସୁନା ନେତ୍ରାନନ୍ଦ ମହାକୁଳ, ସନ୍ତୋଷ କୁମାର ପାଣି,ସମୀର କୁମାର ପାଳ,ସୁଜିତ କୁମାର ବେହେରା,ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.