Home ଓଡ଼ିଶା ରଣପୁର ଏନ୍‌.ଏ.ସି ୩ନଂ ୱାର୍ଡ ଆବଦ୍ଧାଂଚଳ ପାଇଁ ଅତ୍ୟାବଶ୍ୟକୀୟ ସୁବିଧା

ରଣପୁର ଏନ୍‌.ଏ.ସି ୩ନଂ ୱାର୍ଡ ଆବଦ୍ଧାଂଚଳ ପାଇଁ ଅତ୍ୟାବଶ୍ୟକୀୟ ସୁବିଧା

98

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ର ୩ନଂ ୱାର୍ଡରେ କରୋନା ପଜେଟିଭ୍ ଙ୍କ ସଂଖ୍ୟା ବଢିବାରୁ ଏହି ଅଂଚଳକୁ ଆବଦ୍ଧାଂଚଳ ଘୋଷଣା କରାଯାଇଅଛି । ଏଥିସହ ୨ନଂ ୱାର୍ଡର କିଛି ଅଂଶ ରହିଅଛି । ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ ଆବଦ୍ଧାଂଚଳ ଘୋଷଣା କରିଛନ୍ତି । ଯାହା ଫଳରେ ଅଗଷ୍ଟ ୧୭ ତାରିଖଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଂଚଳ ଆବଦ୍ଧାଂଚଳ ରହିବ । ଏହି ୩ନଂ ୱାର୍ଡରେ ବହୁ ଖଟିଖିଆ, ଦିନ ମଜୁରିଆ ଗରୀବ ଲୋକ ରହିଛନ୍ତି ।

ସେମାନେ ଦିନଯାକ ଯାହା ପରିଶ୍ରମ କରନ୍ତି ମିଳୁଥିବା ମଜରୀରୁ ସଂଧ୍ୟାବେଳେ ଦୋକାନ ବଜାରରୁ କ୍ରୟକରି ପରିବାର ଚଳାଇଥାନ୍ତି । ଆବଦ୍ଧାଂଚଳ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଅଗଷ୍ଟ ୧୮ ତାରିଖଠାରୁ ଏହି ଅଂଚଳ ପାଇଁ ଭଲ୍ୟୁଣ୍ଟର ନିଯୁକ୍ତି ହେବେ । ଆବଦ୍ଧାଂଚଳ ଲୋକମାନଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ସେମାନଙ୍କଠାରୁ ପଇସା ଆଣି ବାହାରୁ କ୍ରୟକରି ସେମାନଙ୍କୁ ଯୋଗାଇବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.