Home ଜିଲ୍ଲା ପରିକ୍ରମା ୱାନଷ୍ଟପ୍ ସେଣ୍ଟରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ୱାନଷ୍ଟପ୍ ସେଣ୍ଟରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

27

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପାଳନ କରାଯାଉଥିବା ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭଦ୍ରକ ସହର ସ୍ଥିତ ୱାନ୍ ଷ୍ଟପ୍ ସେଣ୍ଟରରେ ଫେଲୋସିପ୍ ପକ୍ଷରୁ ପାଳନ କରାଯାଇଛି । ଏଥିରେ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଫେଲୋସିପ ଓ ଏହା ଦ୍ୱାରା ପରିଚାଳିତ ୱାନ ଷ୍ଟପ ସେଣ୍ଟର ଏବଂ ଫ୍ୟାମିଲି କାଉନସେଲିଂ ସେଣ୍ଟରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମାଜରୁ ଦୁର୍ନୀତି ହଟାଇବା ପାଇଁ ସମସ୍ତେ ଏକମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ସହ ନିଜେ ଦୁର୍ନୀତି ଠାରୁ ଦୂରରେ ରହିବେ ବୋଲି ସପଥ ନେଇଥିଲେ । ନିଜେ ଦୁର୍ନୀତି କରିବା ନାହିଁ କି ଦୁର୍ନୀତିକୁ ପ୍ରଶ୍ରୟ ଦେବା ନାହିଁ ବୋଲି ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଶପଥ ପାଠ ମାଧ୍ୟମରେ କହିଥିଲେ । ଏହି ଉତ୍ସବକୁ ୱାନ୍ ଷ୍ଟପ୍ ସେଣ୍ଟରର ଆଡମିନିଷ୍ଟ୍ରେଟିଭ ଅଫିସର ସ୍ୱପ୍ନା ରାଣି ବଳ ପରିଚାଳନା କରିଥିବା ବେଳେ ସେଣ୍ଟରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.