Home କେନ୍ଦୁଝର ସତ୍ୟସାଇ ସଂଗଠନ ପକ୍ଷରୁ ହାଟଡିହି ଡାକ୍ତରଖାନା ସଫେଇ

ସତ୍ୟସାଇ ସଂଗଠନ ପକ୍ଷରୁ ହାଟଡିହି ଡାକ୍ତରଖାନା ସଫେଇ

50

ହାଟଡ଼ିହି, ୮ । ୧୧ :(ଓଡିଆପୁଅ / ବିକାଶବିଶ୍ୱାଳ) କେନ୍ଦୁଝର ଜିଲ୍ଲା ମରୈଗାଁ ସତ୍ୟସାଇ ଭଜନ ମଣ୍ଡଳୀ ଅଧିନରେ ଥିବା ମଠ କପୁଣ୍ଡି, ଇଞ୍ଚୋଳ, ଅଣତିରା, ଜଗନ୍ନାଥପୁର ଭଜନ ମଣ୍ଡଳୀର ସଦସ୍ୟ ସଦସ୍ୟ ମାନଙ୍କ ତରଫରୁ ହାଟଡିହି ଡାକ୍ତରଖାନା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକିା ବାସନ୍ତୀ ପରିଡା ଓ ମରୈଗାଁ ଆବାହକ ପ୍ରତାପ କୂୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟା ମାନେ ଡାକ୍ତରଖାନା ପରିସରରେ ପଡିଥିବା ଅଇଳା ଆବର୍ଜନାକୁ ସଫା ସୁତରା କରିବା ସହିତ ଡାକ୍ତରଖାନା ପରିସରକୁ ପରିସ୍କାର ରଖିବା ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.