Home ଜିଲ୍ଲା ପରିକ୍ରମା ୯ଦିନ ସଟ୍‌ଡାଉନ୍ ହେବ ଚାନ୍ଦବାଲି ଗ୍ରୀଡ : ବିଦ୍ୟୁତ୍ କାଟ କଷ୍ଟ ଭୋଗିବେ ତିହିଡି ଓ...

୯ଦିନ ସଟ୍‌ଡାଉନ୍ ହେବ ଚାନ୍ଦବାଲି ଗ୍ରୀଡ : ବିଦ୍ୟୁତ୍ କାଟ କଷ୍ଟ ଭୋଗିବେ ତିହିଡି ଓ ଚାନ୍ଦବାଲିବାସୀ

200

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଗ୍ରୀଡକୁ ଆସନ୍ତା ୨୭ ତାରିଖ ଜୁଲାଇ ମାସ ୫ ତାରିଖ ପର୍ଯ୍ୟନ୍ତ ମେଣ୍ଟେନାନ୍ସ ପାଇଁ ସଟ୍‌ଡାଉନ୍ କରାଯିବ । ଫଳରେ ପୁରୁଣା ୩୩ କେଭି ଚାନ୍ଦବାଲି ଫିଡର ଉପରେ ଚାପ ପଡିବ । ଏହି କାରଣରୁ ଏହି ୯ ଦିନ ପାଇଁ ତିହିଡି ଓ ଚାନ୍ଦବାଲି ବ୍ଲକ୍‌ର ଲୋକେ ବିଦ୍ୟୁତ୍ କଷ୍ଟ ଭୋଗ କରିବେ । ଅର୍ଥାତ୍ ବିଦ୍ୟୁତ୍ କାଟ କରାଯିବ । ସୂଚନା ଅନୁଯାୟୀ ଚାନ୍ଦବାଲି ଗ୍ରୀଡରେ ଦୁଇଟି ନୂଆ ୧୩୨ କେଭି ଜିଆଇଏସ୍ ମଡ୍ୟୁଲ ସ୍ଥାପନ କରାଯିବ ଏବଂ ସେଠାରେ ଥିବା ଗୋଟିଏ ୧୩୨ କେଭି ଜିଆଇଏସ୍ ମଡ୍ୟୁଲକୁ ସଂଶୋଧିତ କରାଯିବ । ଏହି କାର୍ଯ୍ୟ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ ଲିଃ ଦ୍ୱାରା କରାଯିବ । ଫଳରେ ଚାନ୍ଦବାଲି ଗ୍ରୀଡକୁ ସଂପୂର୍ଣ୍ଣ ଭାବେ ଚଳିତ ମାସ ୨୭ ତାରିଖ ସକାଳ ୮ ଟାରୁ ପରବର୍ତ୍ତୀ ମାସ ୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସଟ୍‌ଡାଉନ୍ କରାଯିବ । ଏହି ସମୟରେ ପୁରୁଣା ୩୩ କେଭି ମାଧ୍ୟମରେ ଚାନ୍ଦବାଲିକୁ ବିଦ୍ୟୁତ୍ ଯୋଗାଣ କରାଯିବ । ଫଳରେ ଅତ୍ୟଧିକ ଲୋଡ୍ ଯୋଗୁଁ ବିଦ୍ୟୁତ୍ କାଟ କରାଯିବ । ଏହି ୯ ଦିନ ବହୁ ସମୟରେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହେବ ବୋଲି ଜଣାଯାଇଛି । ତେବେ ବିଦ୍ୟୁତ୍ କେତେ ସମୟ କାଟ କରାଯିବ ବା ପିକ୍ ସମୟରେ କାଟ୍ କରାଯିବ ଆସନ୍ତାକାଲି ଲୋଡ୍ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ତିହିଡିର ନେସ୍କୋ ଏସ୍‌ଡିଓ ଜୀତେନ୍ଦ୍ର କୁମାର ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.