Home ଜିଲ୍ଲା ପରିକ୍ରମା ଭଦ୍ରକ : ଚାନ୍ଦବାଲିରେ ବାସି ପଖାଳ ଖାଇ ୭ ଶ୍ରମିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଚାନ୍ଦବାଲିରେ ବାସି ପଖାଳ ଖାଇ ୭ ଶ୍ରମିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

161

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଭାବନୀୟ ପରିସ୍ଥିତିରେ ଏହି ଜିଲାର ଚାନ୍ଦବାଲିରେ ବାସି ପଖାଳ ଖାଇ ୭ ଜଣ ଶ୍ରମିକ ଅସୁସ୍ଥ ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆମ୍ବୁଲ କମଳପୁର ଗ୍ରାମରେ ଏହି ସାତଜଣ ଶ୍ରମିକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ଜଣେ ମହିଳା ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଆଜି ଅପରାହ୍ନରେ ଏହି ଶ୍ରମିକମାନେ ପୂର୍ବଦିନ ରାତିରେ ରୋଷେଇ କରି ରଖିଥିବା ବାସି ପଖାଳ ଖାଇଥିଲେ । ତେବେ ପଖାଳ ଖାଇବା ପରେ ସେମାନେ ଅସୁସ୍ଥ ହେବା ସହ ଲଗାତର ବାନ୍ତି କରିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ଡାକ୍ତର ସେଠାରେ ସେମାନଙ୍କୁ ଚିକିତ୍ସା କରୁଛନ୍ତି । ସମସ୍ତ ଶ୍ରମିକଙ୍କର ଘର ସ୍ଥାନୀୟ ବାଲିଗାଁ ଅଂଚଳରେ । ତେବେ ଫୁଡ୍ ପୟୋଜନ୍ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ବିଷୟ ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି । ଏବେ ଏମାନଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଯଦି ଗୁରୁତର ହୁଅନ୍ତି, ତେବେ ସେମାନଙ୍କୁ ଯଥାଶୀଘ୍ର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.