Home କେନ୍ଦୁଝର ୯ତାରିଖ ପର୍ଯ୍ୟନ୍ତ ଛେନାପଦିଛକ  ମାର୍କେଟ ସର୍ଟଡାଉନ, ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ

୯ତାରିଖ ପର୍ଯ୍ୟନ୍ତ ଛେନାପଦିଛକ  ମାର୍କେଟ ସର୍ଟଡାଉନ, ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ

276

ହାଟଡିହି ୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଛେନାପଦି ମାର୍କେଟକୁ ଆଜି ପ୍ରଶାସନ ପକ୍ଷରୁ ୬ଦିନିନିଆ ସର୍ଟଡାଉନ ଘୋଷଣା କରାଯାଇଛି । ଏହା ଆସନ୍ତା ୪ତାରିଖ ସକାଳ ୫ଟାଠାରୁ ୯ତାରିଖ ମଧ୍ୟରାତ୍ର ଯାଏ ଲାଗୁ ରହିବ । ଉପଜିଲ୍ଲାପାଳଙ୍କ ଚିଠିନଂ ୫୧/ତା ୩/୮/୨୦୨୦ରେ ଏହି ଘୋଷଣାନାମା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ଔଷଧ ଦୋକାନ, କ୍ଲିନିକ ଓ ପେଟ୍ରୋଲ ପମ୍ପ ଗୁଡିକ ଖୋଲା ରହିବ । ବ୍ୟାଙ୍କ ବନ୍ଦ ରହିବା ସହିତ କେବଳ ଏ.ଟି.ଏମ ଗୁଡିକ ଖୋଲାରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜରାତି, କ୍ଷୀର ଓ ପନିପରିବା ଦୋକାନ ଗୁଡିକ ସକାଳ ୭ରୁ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ଖୋଲାରହିବ । ମାର୍କେଟରେ ଅଧିକ ଗହଳି ଲାଗି ରହୁଥିବାରୁ ଏପରି ପଦକ୍ଷେପ ନେଇଥିବା କୁହାଯାଇଛି । କିନ୍ତୁ ଏହାକୁନେଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏଠାରେ କୌଣସି ପଜେଟିଭ କେସ ବାହାରି ନଥିବାବେଳେ ଆଖ ପାଖ ପଞ୍ଚାୟତରେ ମଧ୍ୟ ସେପରି କିଛି ପଜେଟିଭ କେସ ବାହାରି ନାହିଁ । ପ୍ରତି ଶନିବାର ଓ ରବିବାର ମାର୍କେଟ ସମ୍ପୁର୍ଣ୍ଣ ବନ୍ଦ ରହୁଥିବା ବେଳେ ପୁନର୍ବାର ସର୍ଟଡାଉନ ଘୋଷଣା କେବଳ ଛୋଟ ଛୋଟ ବ୍ୟବସାୟୀ ମାନଙ୍କ ମୁଣ୍ଡରେ ଚଡକ ପକାଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଏଠାରେ ତିନିଶହରୁ ଉର୍ଦ୍ଧ ଛୋଟବଡ ଦୋକାନ ଥିବାବେଳେ ସେମାନେ କେବଳ ଏହି ବ୍ୟବସାୟ ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳାଇଥାନ୍ତି । ଗତ ମାର୍ଚ୍ଚ ମାସଠାରୁ ଲକଡାଉନ, ସର୍ଟଡାଉନ ଯୋଗୁଁ ବ୍ୟବସାୟୀମାନେ ନାନା କ୍ଷତିରେ ଚାଲିଥିବାବେଳେ ଗ୍ରାହକ ମାନେ ପ୍ରାୟତ ଆସୁ ନାହାନ୍ତି । ଏପରିସ୍ଥିତିରେ ସଟଡାଉନ ଘୋଷଣା ହେବାରୁ ଛୋଟ ଛୋଟ ବ୍ୟବସାୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏହି ମାର୍କେଟଟି କେବଳ ପନିପରିବା ପାଇଁ କ୍ଷାତି ଅର୍ଜନ କରିଥିବାବେଳେ ଏଠାରେ ସକାଳୁ ସକାଳୁ ପରିବା ମାର୍କେଟରେ ହିଁ ଗହଳି ହୋଇଥାଏ । ଯଦି ପନିପରିବା ମାର୍କେଟ ଖୋଲା ରହିବ ତେବେ ଏହି ସର୍ଟଡାଉନର ମାନେ କିଛି ନାହିଁ ବୋଲି କୁହାଯାଉଛି । ଏ ସମ୍ପର୍କରେ ହାଟଡିହି ତହସିଲଦାରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପରିବା ମାର୍କେଟରେ କିପରି ସାମାଜିକ ଦୁରତା ବଜାୟ ରହିବ ଲୋକମାନେ କିପରି ସତର୍କତା ଅବଲମ୍ବନ କରିବେ ସେନେଇ ନନ୍ଦିପଦା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.