Home ଆମ ସଂସ୍କୃତି, କଳା ଓ ଐତିହ୍ୟ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଦିଲେ ଭଉଣୀ ଦେବୀ ସୁଭଦ୍ରା

ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଦିଲେ ଭଉଣୀ ଦେବୀ ସୁଭଦ୍ରା

105

ପୁରୀ ୩-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିଲା। ମଧ୍ୟାନ୍ନ ଧୂପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଶୈଳୀର ବୃହତ୍ତମ ରାକ୍ଷୀ ବାନ୍ଧିଥିଲେ। ତେବେ ଭାଇଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ୱରୂପ ପାଟରା ବିଶୋଇଙ୍କ ଦ୍ୱାରା ନିର୍ମିତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆ ମାଳ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇଛନ୍ତି। ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଇଁ ପ୍ରଭୁ ସୁଦର୍ଶନ ୪ ଆର୍ଶମକୁ ବିଜେ କରିଛନ୍ତି। ମାର୍କଣ୍ଡ ପୁଷ୍କରିଣୀଠାରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା।ଏହି ଜନ୍ମ ନୀତି ଭୋଗମଣ୍ଡପ ପରେ ଦଇତାପତି ମାନେ ସୁଦର୍ଶନଙ୍କୁ ଚଉଦୋଳରେ ବିଜେ କରାଇ ନୀତି ସମ୍ପର୍ଣ୍ଣ କରିଥିଲେ। କୋରନା -୧୯ କଟକଣା ଲାଗୁ କରାଯାଇଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ବାରଣ ଥିବା ଯୋଗୁଁ ଶ୍ରୀଜୀଉଙ୍କର ଏହି ନୀତି ଦର୍ଶନ କରିବାରେ ଶ୍ରଦ୍ଧାଳୁ ଭକ୍ତମାନେ ବଚିଂତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.