Home Coronavirus Outbreak କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନର ଔଷଧ, ପିପିଇ କିଟ୍ ଯୋଗାଇ ଦିଆଯାଉଛି : ଭୃଗୁ ବକ୍ସିପାତ୍ର

କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନର ଔଷଧ, ପିପିଇ କିଟ୍ ଯୋଗାଇ ଦିଆଯାଉଛି : ଭୃଗୁ ବକ୍ସିପାତ୍ର

94

ଭୁବନେଶ୍ୱର, ୦୩/୦୮ (ଓଡ଼ିଆ ପୁଅ) : କୋଭିଡ୍୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଔଷଧ, ପିପିଇ କିଟ୍ ଆଦି ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ବିଡିଓଙ୍କୁ ଅନୁରୋଧ କରିବେ। ଏଭଳି ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ସମୟରେ ଆବଶ୍ୟକୀୟ ଔଷଧ, ପିପିଇ କିଟ୍ କାହିଁକି ଅଳ୍ପ ମାତ୍ରାରେ ଯୋଗାଇ ଦିଆଯାଉଛି। କାହିଁକି ନିମ୍ନ ମାନର ଔଷଧ ଓ ପିପିଇ କିଟ୍ ଯୋଗାଇ ଦିଆଯାଉଛି। ଏଥି ପାଇଁ କଣ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ନୁହନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀ ବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ, ଗତ କିଛି ଦିନ ହେଲାଣି ଗଂଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅକ୍ସିଜେନ ଅଭାବ କାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ଗୋଟିଏ ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ପାଖାପାଖି ୧୦ ହଜାର ଟଙ୍କା ଏବଂ ୨-୩ ଚାଲିବା କଥା, ମାତ୍ର ୨-୩ ଘଂଟାରେ ଅକ୍ସିଜେନ ସିଲିଣ୍ଡର ସରିଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ। ଆବଶ୍ୟକ ସମୟରେ ଅକ୍ସିଜେନ ସିଲିଣ୍ଡରର ଅଭାବ କାରଣରୁ ମୃତ୍ୟୁ ଘଟୁଛି ବୋଲି ମୃତକଙ୍କ ସଂପର୍କୀୟ ଅଭିଯୋଗ କରୁଛନ୍ତି। ରାତିରେ ଅକ୍ସିଜେନ ସରିଗଲେ, ଅଭାବ କିମ୍ବା ଅନ୍ୟ କୈାଣସି କାରଣରୁ ତା ପରଦିନ ସକାଳ ୧୦-୧୧ ଟା ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଇ ଦିଆଯାଇ ପାରୁନାହିଁ ବୋଲି ସାଧାରଣରେ ଅନୁଭବ ହେଉଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ପରିଚାଳନା ତୃଟି କାରଣରୁ ଡାକ୍ତରଖାନାରେ ୨୪ଙ୍ଘ ୭ ଡାକ୍ତରୀ ସେବାର ଅଭାବ ପରିଲକ୍ଷିତ ହେଉଛି। ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍ ରହିଥିବାବେଳେ ଅକ୍ସିଜେନ ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଅକ୍ସିଜେନ ସିଲିଣ୍ଡର ଯୋଗାଉଥିବା ସଂସ୍ଥା କିମ୍ବା ଭେଣ୍ଡରକୁ କାହିଁକି ରାଜ୍ୟ ସରକାର ଏବଂ ପ୍ରଶାସନ ପ୍ରଶ୍ନ କରୁନାହାନ୍ତି।

ସେହିପରି କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଥିବା ପାରାସିଟାମୋଲ ଓ ଆଜିଥ୍ରୋମାଇସିନ ଟାବଲେଟ୍, ପିପିଇ କିଟ୍ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା କାରଣରୁ ରୋଗୀଟି ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛି ଏବଂ କ୍ରମଶଃ ଆକ୍ରାନ୍ତର ସ୍ଥିତି ଜଟିଳ ହେବାରେ ଲାଗିଛି। ଏଭଳି ସମୟରେ ଅକ୍ସିଜେନ ମଧ୍ୟ ମିଳୁ ନାହିଁ। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ଟେଷ୍ଟିଂ ସାମଗ୍ରୀ ଆଦି ସ୍ଥାନୀୟ ବିଡିଓ ଡାକ୍ତରଙ୍କୁ ଯୋଗାଇ ଦିଅନ୍ତି। ଏପରିକି ଡାକ୍ତରଙ୍କ ଆବଶ୍ୟକୀୟ ମୁତାବକ ଔଷଧ, ଟେଷ୍ଟିଂ ସାମଗ୍ରୀ, ପିପିଇ କିଟ୍ ଆଦି ବିଡିଓ ଯୋଗାଉ ନାହାନ୍ତି। ଆଜିକାର ଏଭଳି ସଂକଟ ସମୟରେ ବିଡିଓଙ୍କୁ କାହିଁକି ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।

ରୋଗୀଟି ଥରେ ଆଇସୋଲେସନ କେନ୍ଦ୍ରକୁ ଗଲା ପରେ ତାଙ୍କର ସ୍ଥିତି ସଂପର୍କରେ କେହି ହେଲେ ଜାଣି ପାରୁ ନାହାନ୍ତି। ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ମଧ୍ୟ କିଛି ଜାଣୁ ପାରୁ ନାହାନ୍ତି। ପରିବାର ସଦସ୍ୟ ପଚାରିଲେ ତାଙ୍କୁ ବିଭିନ୍ନ ଆଳ ଦେଖାଇ କିଛି କୁହାଯାଉନାହିଁ। ସମସ୍ତ କୋଭିଡେ ସେଂଟର ଓ ଡାକ୍ତରଖାନାରେ ସିସି ଟିଭି ଲଗାଯାଉ ଏବଂ ଏମିତି କିଛି ଅଭିଯୋଗ ଆସିଲେ ସତ୍ୟାସତ୍ୟକୁ ପ୍ରଶାସନ ଓ ରାଜ୍ୟ ସରକାର ପ୍ରମାଣ କରନ୍ତୁ ନଚେତ୍ ବ୍ୟବସ୍ଥା ଉପରେ ସନ୍ଦେହ ଆହୁରି ଅଧିକ ଘନିଭୂତ ହେବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.