Home ଜିଲ୍ଲା ପରିକ୍ରମା ୯ଟି ଚେକପୋଷ୍ଟ କୁ ଭାଙ୍ଗି ଖସିପଳାଉଥିବା ସ୍କୋପ୍ରିଓ ଗାଡିକୁ ଗୁଳିକରି ଧରିଲେ ଯବାନ

୯ଟି ଚେକପୋଷ୍ଟ କୁ ଭାଙ୍ଗି ଖସିପଳାଉଥିବା ସ୍କୋପ୍ରିଓ ଗାଡିକୁ ଗୁଳିକରି ଧରିଲେ ଯବାନ

174

ମାଲକାନଗିରି,୧୨ା୫ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମାହାମାରି କାୟବିସ୍ତାର କରିଥିବାରୁ ଲକ୍‌ଡାଉନ୍ ସହ ବିଭିନ୍ନ ରାଜ୍ୟ ସୀମାନ୍ତକୁ ସିଲ କରାଯାଇ ସେଠାରେ ଚେକପୋଷ୍ଟ ନିର୍ମାଣ କରାଯାଇ ବ୍ୟାପକ ଭାବେ ପୁଲିସ ଯାନବାହନଗୁଡିକୁ ଜାଚଂ ଚଳାଇଛନ୍ତି । ଜଣେ ଅମାନିଆ ଗାଡି ଚାଳକ ତିନିରାଜ୍ୟ ସୀମାନ୍ତ ଚେକପୋଷ୍ଟ ଓ ବ୍ୟାରିକେଡ୍ ଭାଙ୍ଗି ପୁଲିସଙ୍କୁ ଚକମା ଦେଇ ଖସିପଳାଉଥିବା ବେଳେ ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରେ ଯବାନ ମାନେ ଗୁଳି ମାରି ସେହି ଗାଡିଟିକୁ ଅଟକାଇବାରେ ସଫଳ ହୋଇଛନ୍ତି । ସୁଚନା ଅନୁସାରେ ମଙ୍ଗଳବାର ଦିନ ମୋଟୁ ସୀମାନ୍ତ ଆନ୍ଦ୍ରପ୍ରଦେଶ ଚିନ୍ତୁର ଠାରେ ଏମଏଚ୨୭ ଡିଏ୬୩୩୨ ନମ୍ବର ସ୍କୋର୍ଫିଓ ଗାଡି ଦୃତ ଗତିରେ ଆସୁଥିବା ବେଳେ ପୁଲିସ ଅଟକାଇବାରୁ ଜଣେ ପୁଲିସ କର୍ମଚାରି ଙ୍କୁ ଧକ୍କାଦେଇଥିଲା । ପୁଲିସ ଗୋଡାଇବାରୁ ଦୃତ ଗତିରେ ଆନ୍ଦ୍ର ଓଡିଶା ସୀମାନ୍ତ ମୋଟୁ ଚେକପୋଷ୍ଠ ରାସ୍ତାଦେଇ ସେଠାରେ ବ୍ୟାରିକେଡ୍ ଭାଙ୍ଗି ଏମଭି୭୯ କାଲିମେଳା ରାସ୍ତାହୋଇ ପଡିଆ ବ୍ଲକ ଅତିକ୍ରମ କରି ଛତିଶଗଡ ରଜ୍ୟକୁ ପଳାଇଥିଲା ।ଏଖବର ଛତିଶଗଡ ପୁଲିସ ଙ୍କୁ ଜଣାଇବାପରେ ପଡିଆ ବ୍ଲକ ସୀମାନ୍ତ ସୁକୁମା ଜିଲ୍ଲା ଇଜାଂରାମ ଥାନାପୁଲିସ ଓ ଫାଣ୍ଡିଗୁଡା ଠାରେଥିବା ୨୨୮ସିଆରପିଏଫ ବାଟାଲିୟନ ମାନେ ରାସ୍ତାରେ ଜଗି ରହିଥିଲେ । ଗାଡିଟିକୁ ଅଟକାଇବାରୁ ସେ ନ ଅଟକି ଦୃତଗତିରେ ପଳାଉଥିବାରୁ ବାଧ୍ୟହୋଇ ସିଆରପିଏଫ ଯବାନ ମାନେ ଗାଡି କୁ ଗୁଳିମାରିଥିଲେ । ଗୁଳିଟି ଡ୍ରାଇଭର ଦେହରେ ବାଜିବାରୁ ଗାଡିଟି ସେଠାରେ ଅଟକି ରହିଥିଲା , ତାପରେ ଯବାନମାନେ ଗାଡି ଚାଳକ କୁ କାବୁ କରିନେବା ସହିତ ନିକଟସ୍ଥ ହସପିଟାଲକୁ ନେଇ ଚିକିତ୍ସାଚଳାଇ ଛନ୍ତି । ଏହି ଗାଡି ଚାଳକ ଆନ୍ଦ୍ରପ୍ରଦେଶ, ଓଡିଶା,ଛତିଶଗଡ ତିନିରାଜ୍ୟର ସାମାନ୍ତ ଚେକପୋଷ୍ଟ ବ୍ୟାରିକେଡଂ ଭାଙ୍ଗିବାସହିତ ମୋଟୁ,ଏମଭି୬୭, ପଡିଆ, ଦର୍ନାପାଲ,ଇଜାଂରାମ,ଏରାବୋର ଏପରି ୯ଟି ଚେକପୋଷ୍ଟର ବ୍ୟାରିକେଟ ଭାଙ୍ଗି ନିଜ ରାଜ୍ୟ ମହାରାଷ୍ଟ୍ରକୁ ପଳାଇବା ପାଇଁ ଅଦ୍ୟମ କରୁଥିଲା । ଗାଡିଚାଳକ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ କାହିଁକି ଏପରି କଲା ସେ ସଂପର୍କରେ ପୁଲିସ ପଚରା ଉଚରା ଜାରି ରଖିବା ସହିତ ଗାଡିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.