Home ଜିଲ୍ଲା ପରିକ୍ରମା ୮ ଶହ ଲିଟର ଦେଶୀ ମଦ ସହ ବୋଲେରୋ ଜବତ, ଜଣେ ଗିରଫ

୮ ଶହ ଲିଟର ଦେଶୀ ମଦ ସହ ବୋଲେରୋ ଜବତ, ଜଣେ ଗିରଫ

39

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଏବଂ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ମହିନ୍ଦ୍ରା ବୋଲେରୋ (ଓଆର-୦୧ଏଲ୍‌-୯୯୧୮) ମଧ୍ୟରୁ ୮ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ନୀଳଗିରି ଥାନା ଅନ୍ତର୍ଗତ ଚତର ଗ୍ରାମର ରାକେଶ କୁମାର ମେଦିନରାୟଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଖଗେଶ୍ୱର ଜେନା ଓ ଅନବାଦିତ୍ୟ ବାରିକ ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୭୨/୨୧-୨୨ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.