Home ଜିଲ୍ଲା ପରିକ୍ରମା ବିନା କାର୍ଯ୍ୟାଦେଶରେ ଚାଲିଛି ଶ୍ମଶାନ ଘର କାର୍ଯ୍ୟ ଓ ନିମ୍ନ ମାନର ଅଭିଯୋଗ

ବିନା କାର୍ଯ୍ୟାଦେଶରେ ଚାଲିଛି ଶ୍ମଶାନ ଘର କାର୍ଯ୍ୟ ଓ ନିମ୍ନ ମାନର ଅଭିଯୋଗ

143

ବାହାନଗା,୪ା୭( ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ୧ନଂମ୍ବର ୱାର୍ଡ଼ରେ ମଇତ୍ରାପୁର ଓ ଚକପଥରପେଣ୍ଠ ଅବସ୍ଥିତ । ଏହି ୱାର୍ଡ଼ର ଚକପଥରପେଣ୍ଠ ଗ୍ରାମର ଜମିରେ ଶ୍ମଶାନ ଘର ବିନା କାର୍ଯ୍ୟଦେଶ ଓ ନିମ୍ନ ମାନର କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏହି ପଞ୍ଚାୟତ ର ଗୋଟିଏ ୱାର୍ଡ଼ କୁ ନେଇ ଦୁଇଟି ରାଜସ୍ୱ ଗ୍ରାମ ହୋଇଥିବା ବେଳେ ପ୍ରଥମ କରି ଚକପଥରପେଣ୍ଠ ଗ୍ରାମର ଜମିରେ ଗ୍ରାମ ମଇତ୍ରାପୁର ହୋଇ ଫଳକ ଲେଖା ହୋଇଛି । ତେବେ ତାହାର କର୍ଯ୍ୟା ଦେଶ କାହାନାମରେ ଲେଖା ଯାଇ ନଥିବା ଅଭିଯୋଗ ହୋଇଛି । ୨ଲକ୍ଷ ୫୦ ହଜାର ଟଙ୍କାର ଅନୁ ଦାନ ରାଶି ହୋଇ ଥିବାର ଥିବା ବେଳେ ତାହା ଅତି ନିମ୍ନ ମାନର ବୋଲି ଅଭିଯୋଗ ଆସିଛି । ତେବେ ଏବାବଦରେ ୨୬/୬/ ୨୧ରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ରିପୋର୍ଟ ଅନୁସାରେ କୌଣସି କାର୍ଯ୍ୟ ଦେଶ କାହାକୁ ଦିଆ ଯାଇ ନଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚଳା ମହାଳିକ ଦେଇଥିବାର ଜଣାପଡ଼ିଛି । ତେବେ ଏବାବଦରେ ପଞ୍ଚାୟତର ସରପଞ୍ଚଙ୍କୁ ଯୋଗା ଯୋଗ କରିବାରୁ ତାହା ଅଗ୍ରିମ କାମ । ତାହାର କାର୍ଯ୍ୟ ସରିଲେ ତାହା କାର୍ଯ୍ୟାଦେଶ ହେବାର କହିଛନ୍ତି । ତେବେ ଏ ବାବଦରେ ଭାରାପ୍ରାପ୍ତ ବିଡ଼ିଓ ରାଜେନ୍ଦ୍ର ନାରାୟଣ କରଙ୍କୁ ପଚାରିବାରୁ ଅଭିଯୋଗ ପାଇଥିବାର କହିଥିଲେ । ତେବେ କାର୍ଯ୍ୟ ପଞ୍ଚାୟତର , ପଞ୍ଚାୟତ ବିଲ କରିବ । ତେବେ ଏହାକୁ ଖୁବ ଶିଘ୍ର ମୁଁ ତଦନ୍ତ କରିବି । ବୋଲି କହିଥିଲେ । ଏବାବଦରେ ଯନ୍ତ୍ରୀ ଗାୟତ୍ରୀ ଜେନାଙ୍କୁ ପଚାରିବା ସେ ସରପଞ୍ଚଙ୍କ ସହ ଯୋଗା ଯୋଗ କରିବାକୁ କହିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.