Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଏନ୍‌ଏସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୁର୍ଘଟଣାଗ୍ରସ୍ତ

ଚାନ୍ଦବାଲି ଏନ୍‌ଏସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୁର୍ଘଟଣାଗ୍ରସ୍ତ

48

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟକୁ ଓଲଟି ପଡିଛି । ସୂଚନା ଅନୁସାରେ ସକାଳ ପ୍ରାୟ ୮ଟା ସମୟରେ ଚାଳକଙ୍କ ଆଖି ଲାଗିଯାଇଥିବାରୁ ଭାରସାମ୍ୟ ହରାଇଥିଲେ । ଫଳରେ ଗାଡିଟି ପୋଖରୀ ମଧ୍ୟକୁ ଓଲଟି ପଡିଥିଲା । ସ୍ଥାନୀୟ ବାସିନ୍ଦା ପୁଲିସ୍‌କୁ ଖବର ଦେବା ସହ ଚାଳକ ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.