Home କେନ୍ଦୁଝର ୮୬ବର୍ଷର ଭାଇ ହାତରେ ରାଖି ବାନ୍ଧିଲା ୮୦ବର୍ଷର ଭଉଣୀ

୮୬ବର୍ଷର ଭାଇ ହାତରେ ରାଖି ବାନ୍ଧିଲା ୮୦ବର୍ଷର ଭଉଣୀ

249

ହାଟଡିହି ୩ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାକ୍ଷୀ ପୁର୍ଣ୍ଣିମା ପାଇଁ ସାରା ରାଜ୍ୟ ଆଜି ଉତ୍ସବ ମୁଖରିତ ଥିବାବେଳେ ଘରେଘରେ ଏଥିପାଇଁ ଆନନ୍ଦର ମହଲ ଲାଗି ରହିଥିଲା । ବିଶେଷକରି ଯୁବପିଢ଼ୀ ମାନେ ରାକ୍ଷୀ ବାନ୍ଧିବା ପାଇଁ ବ୍ୟଗ୍ର ଥିବାବେଳେ ଜଣେ ୮୬ବର୍ଷର ଭାଇ ହାତରେ ୮୦ବର୍ଷର ଭଉଣୀ ରାକ୍ଷୀ ବାନ୍ଧିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡଅଁର ଗ୍ରାମର ୮୦ବର୍ଷର ବୃଦ୍ଧା ରଙ୍ଗଲତା ଜେନା ତାର ୮୬ବର୍ଷର ଭାଇ ପଦ୍ମନାଭ ପରିଡାଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଦଉଡି ଆସିଥିଲେ । ଭାଇକୁ ଦ୍ୱୀପରେ ବନ୍ଦାପନା କରିବା ସହିତ ଫୁଲ ଅରୁଆଚାଉଳ ଦେଇ ପୂଜା କରିବାପରେ ଭଉଣୀର ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.