Home କେନ୍ଦ୍ରାପଡ଼ା ଗଜପତିର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୋଭିଡ ଯୋଦ୍ଧା ଭାବେ ଶ୍ରଦ୍ଧାଞ୍ଜଳି

ଗଜପତିର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କୋଭିଡ ଯୋଦ୍ଧା ଭାବେ ଶ୍ରଦ୍ଧାଞ୍ଜଳି

93

କେନ୍ଦ୍ରାପଡା ୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସୂର୍ଗତ କରୁଣାକର ରାଇକିଆଙ୍କୁ କୋଭିଡ ଯୋଦ୍ଧା ଭାବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ସୂର୍ଗତ ରାଇକିଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସ୍ୱର୍ଗତ ରାଇକିଆ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ତଥା ଜନପ୍ରିୟ ମିଷ୍ଟଭାଷୀ ଅଧିକାରୀ ଥିଲେ। ରାଇଗଡା ସମେତ ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ ପ୍ରଶାସନିକ ସେବା ଯୋଗାଇଦେଇଥିଲେ। କୋଭିଡ ହସପିଟାଲର ସ୍ୱତନ୍ତ୍ର ଅଧିକାରୀ ଭାବେ ସେ ଦାୟୀତ୍ୱ ନିଭାଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀ, ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଡେପୁଟୀ କଲେକ୍ଟର ଶିବ ମଲ୍ଲିକ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.